🔥 TRENDING Two Arrested in Separate Rape Cases in... India's Monsoon 15% Below Normal, Drie... Himachal CM Office Costing Rs 20 Cr Sp... BJP Calls for White Paper on Kishau Da... Fire engulfs roadside canteen on Rajpu... Ravindra Singh Bhatti Calls for Nation...
22 Sep 2026
ગુજરાતી मराठी ਪੰਜਾਬੀ বাংলা
Weather

ପାଣିପାଗକୁ ନେଇ ବଡ଼ ଅପଡେଟ୍; ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ, ତା' ପରେ...

✍️ Reporter: Deepak Mahapatra 🗓 22 Sep 2026, 12:00 PM 👁 33
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେ ଧୀରେ ଘନୀଭୂତ ହେଉଛି। ଆସନ୍ତା ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।ଅବପାତ ଏବେ ଗୋପାଳପୁର ଠାରୁ ୨୨୦ କିମି ଦୂରରେ ପୂର୍ବ-ଦକ୍ଷିଣ-ପୂର୍ବରେ ଥିବା ବେଳେ ପୁରୀ ଠାରୁ ମଧ୍ୟ ୨୨୦ କିମି ଦୂରରେ ଦକ୍ଷିଣ-ପୂର୍ବରେ ରହିଛି। ସେହିପରି ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ ଠାରୁ ୨୩୦ କିମି ଓ ବିଶାଖାପଟନମ ଠାରୁ ୩୨୦ କିମି ଦୂରରେ ରହିଛି।

ଏହା ଘଣ୍ଟା ପ୍ରତି ୧୭ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଗଭୀର ଅବପାତର ରୂପ ନେଇ ଏହା ୨୩ ତାରିଖ ରାତି ଓ ୨୪ ତାରିଖ ଭୋର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ଆନ୍ଧ୍ରର ବିଶାଖାପଟନମ ଓ ଓଡ଼ିଶାର ଗୋପାଳପୁର ଦେଇ ଉପକୂଳକୁ ଅତିକ୍ରମ କରିବା ବୋଲି ଆକଳନ କରାଯାଇଛି।ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ, ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି। ଗଜପତିରେ ଆଜି ଓ ଆସନ୍ତାକାଲି ପାଇଁ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି। ଜଗତସିଂହପୁର ଜିଲ୍ଲାରେ ଆଜି ସବୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଏସବୁ ସ୍ଥାନରେ ଅଙ୍ଗନବାଡି ଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।
📲Get App