🔥 TRENDING વડાલી પોલીસે કપાસના ખેતરમાંથી ₹8.25 લા... बारिश से बरेली के भोजीपुरा में पशु चार... नसीराबाद में वीर तेजा महाराज मेले में... Himachal Governor Urges Respect for In... 7-Year-Old Child Dies in Jalandhar Hos... Excise Raid in Jalandhar Seizes Three...
22 Sep 2026
ગુજરાતી मराठी ਪੰਜਾਬੀ বাংলা
Education

ମାଲକାନଗିରି ଏବଂ ନବରଙ୍ଗପୁରରେ ସ୍କୁଲ ଛୁଟି

✍️ Reporter: Deepak Mahapatra 🗓 22 Sep 2026, 12:35 PM 👁 31
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି: ରାଜ୍ୟରେ ଅବପାତ ଯୋଗୁଁ ପାଣିପାଗ ବିଭାଗ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କରିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆସନ୍ତା ୩ ତିନି ଦିନ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ।

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ଠାରୁ ୨୫ ତାରିଖ ଯାଏଁ ସମସ୍ତ ସରକାରୀ, ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ଘରୋଇ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ । ଏହା ସହିତ ଆଜି ହେବାକୁ ଥିବା ଏନଆରଟିଏସ୍ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ, ଅଙ୍ଗନୱାଡ଼ି କର୍ମଚାରୀ ଏବଂ ଅନ୍ୟ କର୍ମଚାରୀମାନେ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଡିଇଓ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।
📲Get App