🔥 TRENDING Sri Lanka legend Sanath Jayasuriya pra... குடியாட்டம் பதிவாளர் திரு சேகர் அவர்கள... વડોદરામાં અચાનક બદલાયેલો વાતાવરણ, વીજળ... ભરૂચ જિલ્લા જેલમાં સેવા સંકલ્પ અભિયાન... મુધણેશ્વર મહાદેવ મંદિર ખાતે ત્રિદિવસીય... *கடலூர் மாவட்டம் முழுவதும் சூழ்ந்த கரு...
21 Sep 2026
ગુજરાતી मराठी ਪੰਜਾਬੀ বাংলা
Education

ଗଙ୍ଗାଧର ମେହେର ଜୟନ୍ତୀ ପାଳନ

✍️ Reporter: DEBIDATTA SIBAPRASAD NAYAK 🗓 21 Sep 2026, 11:50 AM 👁 22
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
*ବୀରମହାରାଜପୁରରେ ସ୍ବଭାବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ*

ବୀରମହାରାଜପୁର ର ମୈତ୍ରୀ ସଦନ ଠାରେ ବୀରମହାରାଜପୁର ସାଂସ୍କୃତିକ ସଂସଦ ତରଫରୁ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଙ୍ଗାଧର ସାହିତ୍ୟ ଉପରେ ବକ୍ତୃତା ଓ କବିତା ପାଠ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ। ସାଂସ୍କୃତିକ ସଂସଦର ସାଧାରଣ ସମ୍ପାଦକ ଶ୍ରୀ ଭୂଷଣ କୁମାର ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଶମ୍ଭୁନାଥ ଖଣ୍ଡଗିରି କାର୍ଯ୍ୟକ୍ରମର ଅଭିମୁଖ୍ୟ ପ୍ରଦାନ କରିଥିଲେ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଙ୍ଗାଧର ସାହିତ୍ୟ ଆଲୋଚକ ଶ୍ରୀ ବାସୁଦେବ ପାତ୍ର କବିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ବରପାଲିର ଗ୍ରାମୀଣ ପରିବେଶରେ ବଢ଼ିଥିବା ଗଙ୍ଗାଧରଙ୍କ ପ୍ରଥମ ଗୁରୁ ଥିଲେ ତାଙ୍କ ପିତା। ସେ ପ୍ରଥମେ ଲୁଗା ବୁଣୁଥିଲେ ଏବଂ ପରେ ରାଜ ଦରବାରରେ ମୁହୁରୀ ଭାବେ କାମ କରୁଥିଲେ। ତାଙ୍କର ନିଶା ଥିଲା ସ୍ବତନ୍ତ୍ର। ସେ ହିନ୍ଦୀ, ସଂସ୍କୃତ, ବଙ୍ଗଳା ଭାଷା ଅଧ୍ୟୟନ କରୁଥିଲେ। ତାଙ୍କ ଅମର କୃତି 'ତପସ୍ବିନୀ' କାବ୍ୟରେ ସୀତାଙ୍କ ନିର୍ବାସନ କଥା, କରୁଣ ରସ, ପ୍ରକୃତିର ପ୍ରତିକ୍ରିୟାଶୀଳତା, ଶକୁନ୍ତଳା ଦୁଷ୍ମନ୍ତଙ୍କ ବିରହ କଥା, ମାତା ପିତା ବିଚ୍ୟୁତ ମୃଗଶିଶୁ କଥା, ଦୁର୍ବାସାଙ୍କ ଅଭିଶାପ କଥା, କୀଚକ ବଧ ଓ ପ୍ରକୃତି ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ବୋଲି ସେ ବର୍ଣ୍ଣନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସଦର ସ୍ଥାୟୀ ସଭାପତି ତଥା ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର ଯୋଗଦେଇ ସଭାପତିତ୍ବ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ଯୋଗଦେଇଥିଲେ।

ସ୍ଵତ୍ର ନ୍ତ ରିପୋର୍ଟର ଦେବୀ ଦତ୍ତ ଶିବପ୍ରସାଦ ନାୟକ
📲Get App