🔥 TRENDING રાજુલાના પરિવારે કરી ઈશ્વરની અનોખી આરા... Greater Bangalore Authority warns of h... રાજકોટ ના ગોકુવ નગર મેઈન રોડ પર છેલ્લા... Central Censor Board Mandates Statutor... ದೇವದುರ್ಗ ಸಂತ ಡಿ ಎನ್ ಎಂ ಟೆಕ್ನೋ ಶಾಲೆಯ ಇಬ... Arunachal Pradesh Announces Discovery...
21 Sep 2026
ગુજરાતી मराठी ਪੰਜਾਬੀ বাংলা
Weather

ମାଡ଼ି ଆସୁଛି ଲଘୁଚାପ; ଆଜି ସନ୍ଧ୍ୟା ସୁଦ୍ଧା ଅବପାତ

✍️ Reporter: Deepak Mahapatra 🗓 21 Sep 2026, 12:14 PM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇପାରେ ଲଘୁଚାପ । ଆସନ୍ତା କାଲି ସୁଦ୍ଧା ଗଭୀର ଅବପାତ ସମ୍ଭାବନା । ବଙ୍ଗୋପସାଗରର ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ଲଘୁଚାପ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିଲେ ସୁଦ୍ଧା ଏହାର ଘନୀଭୂତ ହେବା ପ୍ରକ୍ରିୟା ବେଶ୍ ଧୀର ରହିଛି । ଶିକ୍ଷା ଓ ଅନୁସନ୍ଧାନ (SOA) ର ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ସରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, ୨୧ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଏହା ଅବପାତ ଏବଂ ୨୨ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୩ ତାରିଖ ସକାଳ ସୁଦ୍ଧା ଗଭୀର ଅବପାତ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି।
ଏହାର ପ୍ରଭାବରରେ ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷିବ । ୨୩ ସେପ୍ଟେମ୍ବର ରାତିରେ ଏହି ଅବପାତ ଗଞ୍ଜାମ କିମ୍ବା ପୁରୀ ଜିଲ୍ଲାର ଚିଲିକା ନିକଟବର୍ତ୍ତୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ମିଳିଛି । ୨୩ ତାରିଖ ପାଇଁ ୨୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୫ ତାରିଖ ଯାଏଁ ଜାରି ରହିବ ଭୀଷଣ ବର୍ଷା । ତେଣୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ କୁହାଯାଇଛି। ଆସନ୍ତାକାଲି ଠାରୁ ୨୪ ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ ଏବଂ ନୂଆପଡ଼ା ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଖୋର୍ଦ୍ଧା, କଟକ ଏବଂ ନୟାଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ବର୍ଷା ଯୋଗୁଁ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ନଦୀର ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ତଳିଆ ଅଞ୍ଚଳର ଅଧିବାସୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।
📲Get App