Education
ବିଦ୍ୟୁତ ବିଭାଗର ମନମୁଖୀ; ୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍, ଗଛ ମୂଳରେ ବସି ପଢିଲେ ପାଠ
Watch on:
▶️ YouTube
ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ । ଏଥିଯୋଗୁଁ ସ୍କୁଲ ପିଲାଙ୍କ ପାଠପଢ଼ାରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଏକାଧିକ ସରକାରୀ ବିଦ୍ୟାଳୟରୁ ବିଦ୍ୟୁତ ବିଭାଗ ପକ୍ଷରୁ ହଠାତ୍ ଲାଇନ୍ କାଟି ଦିଆଯାଇଥିବାର ଅଭିଯୋଗ ହୋଇଛି। ପ୍ରଚଣ୍ଡ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ଫଳରେ ଶିଶୁମାନେ ଶ୍ରେଣୀଗୃହ ଭିତରେ ବସି ନପାରି ଶେଷରେ ବାଧ୍ୟ ହୋଇ ଗଛମୂଳ ଓ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ।
ସ୍ମାର୍ଟ ମିଟର ଯୋଗୁଁ ହିଁ ଏଭଳି ସମସ୍ୟା ଉପୁଜିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବିଦ୍ୟୁତ ସଂଯୋଗ କଟିଯିବା କାରଣରୁ ବିଦ୍ୟାଳୟଗୁଡ଼ିକରେ ମୋଟର ଚାଲିପାରୁ ନାହିଁ। ଫଳରେ ସ୍କୁଲରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କେବଳ ସେତିକି ନୁହେଁ, ପାଣି ଅଭାବରୁ ଶୌଚାଳୟ ସଫା ହୋଇନପାରି ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଛି। ଏପରିକି ମଧ୍ୟାହ୍ନ ଭୋଜନ (MDM) ପ୍ରସ୍ତୁତି ଏବଂ ପିଲାମାନଙ୍କ ଖାଇବା ପିଇବାରେ ମଧ୍ୟ ବହୁ ସମସ୍ୟା ଉପୁଜିଛି। ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁଁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି।ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଚଳର ପ୍ରାୟ ୧୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି।
ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣା ବାବଦରେ ଡେଲାଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ସମ୍ପୂର୍ଣ୍ଣ ଅବଗତ ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି, “ମୁଁ ଏହି ସମସ୍ୟା ବାବଦରେ ସମ୍ପୂର୍ଣ୍ଣ ଅବଗତ ଅଛି। ଆସନ୍ତାକାଲି ବିଦ୍ୟୁତ ବିଭାଗକୁ ଏନେଇ ଏକ ଚିଠି ଲେଖିବି ଏବଂ ଖୁବଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଠା କରିବି”।
ଏଭଳି ସ୍ଥିତି ପ୍ରତି ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟଗୁଡ଼ିକରେ ବିଦ୍ୟୁତ ସଂଯୋଗ କରାଇବାକୁ ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଦୃଢ ଦାବି କରିଛନ୍ତି।