🔥 TRENDING નેશનલ હાઇવે 48 પર ટેમ્પો-કાર અકસ્માત,... Malayalam film 'Half' to have world pr... CISF Seizes 10,000 Tonnes of Illegal C... 75-Year-Old Man Sent to Jail Over ₹100... 12 schoolchildren injured as van hits... Vote Counting Begins for DUSU 2026 Ele...
19 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ପୂର୍ବ ଶ୍ରତ୍ରୁତାକୁ ନେଇ ସାବତ ଭାଇକୁ ହାଣିଲେ ଦୁଇ ଭାଇ

✍️ Reporter: Deepak Mahapatra 🗓 19 Sep 2026, 12:05 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ପୂର୍ବ ଶ୍ରତ୍ରୁତାକୁ ନେଇ ସାବତ ଭାଇକୁ କଟୁରୀରେ ହାଣିଲେ ଅନ୍ୟ ଦୁଇ ଭାଇ । ସାବତ ଭାଇ ଇମ୍ରାନ ଖାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଇମ୍ରାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତରିକୁନ୍ଦରେ ।ଖବର ପାଇ ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସାବତ ଭାଇକୁ ହାଣି ଦୁଇ ଭାଇ ଆଦିଲ ଖାନ ଓ ଆଦିମ ଖାନ ଫେରାର ହୋଇଯାଇଛନ୍ତି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗତ ୨ଦିନ ତଳେ ସେମାନେ ଘରେ ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଥିଲେ ।
ଘଟଣାକୁ ନେଇ ଇମ୍ରାନଙ୍କ ପତ୍ନୀ ତରିକୁନ୍ଦ ଫାଣ୍ଡିରେ ଏତଲା ଦେଇଥିବା ବେଳେ ଆଜି ସକାଳେ ଅଭିଯୁକ୍ତ ଦୁଇ ଭାଇ ପୁଣି ଘରେ ପଶି ଇମ୍ରାନଙ୍କୁ ହାଣିଥିଲେ
📲Get App