🔥 TRENDING Air Show Takes Off in Meerut on Septem... Car crashes into motorbike, drags it 1... Bomb Threat Against Balram Public Scho... Gaya to Introduce QR‑Code Safety Bands... Wall Collapse at Indore Construction S... મેગરાજાની ધમાકેદાર એન્ટ્રી: ફતેગઢમાં મ...
18 Sep 2026
ગુજરાતી मराठी ਪੰਜਾਬੀ বাংলা
Local

ଲିଙ୍ଗରାଜ ମନ୍ଦିରରେ ପୁଣି ନୀତିକାନ୍ତି ବନ୍ଦ; ସେବାୟତ ବିବାଦରେ ଅଟକିଲା ସେବା

✍️ Reporter: Deepak Mahapatra 🗓 18 Sep 2026, 12:52 PM 👁 17
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜଧାନୀର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ଥରେ ନୀତିକାନ୍ତି ବନ୍ଦ ହୋଇଯାଇଛି। ଗତକାଲି ରାତି ପ୍ରାୟ ୧୧ଟାରୁ ପୂଜାପଣ୍ଡା ସେବାୟତଙ୍କ ନୀତି ବନ୍ଦ ରହିଥିବା ସୂଚନା ମିଳିଛି। ପତ୍ରି ଓ ପୂଜାପଣ୍ଡା ସେବାୟତଙ୍କ ମଧ୍ୟରେ ସେବାକୁ କେନ୍ଦ୍ର କରି ଉପୁଜିଥିବା ବିବାଦ ଯୋଗୁଁ ଠାକୁରଙ୍କ ନିୟମିତ ସେବା ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇପାରିନାହିଁ।

ସୂଚନା ଅନୁଯାୟୀ, ବଡ଼ସିଂହାର ବେଶ ପରଠାରୁ ପୂଜାପଣ୍ଡା ସେବାୟତମାନେ ନୀତିକାନ୍ତି ବନ୍ଦ ରଖିଛନ୍ତି। ଫଳରେ ରାତ୍ରି ଓ ସକାଳର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରଭାବିତ ହୋଇଛି। ଦୀର୍ଘ ସମୟ ଧରି ସେବା ବାଧାପ୍ରାପ୍ତ ହେବାରୁ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏହି ବିବାଦର ସମାଧାନ ପାଇଁ ଆଜି ସକାଳ ୧୦ଟାରେ ମନ୍ଦିର ପ୍ରଶାସନ ଓ ଉଭୟ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ବସିଛି। ବୈଠକରେ ନୀତିକାନ୍ତି ସ୍ୱାଭାବିକ କରିବା ସହ ସେବାକୁ ନେଇ ଉପୁଜିଥିବା ବିବାଦର ସମାଧାନ ଉପରେ ଆଲୋଚନା ହେବ।
📲Get App