🔥 TRENDING कांग्रेस के मोहित खंडेलवाल ने सभापति प... Bigg Boss Kannada Season 13 nomination... ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି, ଲୋକେ ଅତି... ક્રિશ્નનગર પોલીસ સ્ટેશન દ્વારા ગૂજસીટો... ਧਮਾਣਾ ਵਿੱਚ ਗੋਲੂ ਮਾਜਰਾ, ਨੋਧੇ ਮਾਜਰਾ ਦੀ ਸ... SGPC Suspends Akali Takht Member and D...
17 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ପୁଅ ଦେଲା ସାକ୍ଷୀ, ବାପାକୁ ମିଳିଲା ଆଜୀବନ କାରାଦଣ୍ଡ

✍️ Reporter: Deepak Mahapatra 🗓 17 Sep 2026, 04:30 PM 👁 7
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଜଣେ ପତ୍ନୀହନ୍ତାଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ନାଁ ଗୁରୁନାଥ ଗୌଡ଼। ଆଜୀବନ କାରାଦଣ୍ଡାଦେଶ ସହ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।ଜରିମାନା ଅନାଦେୟ ହେଲେ ଦୋଷୀଙ୍କୁ ଅତିରିକ୍ତ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।ପାରିବାରିକ କଳହକୁ କେନ୍ଦ୍ରକରି ୨୦୨୪ ଫେବ୍ରୁଆରୀ ୨ ତାରିଖ ରାତିରେ କାଶୀପୁର ଥାନା ଭାଟିପାସ୍‌ ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ଗୁରୁନାଥ ଗୌଡ଼ ଟାଙ୍ଗିଆରେ ତାଙ୍କ ପତ୍ନୀ ପୁଷ୍ପା ଗୌଡ଼ଙ୍କୁ ହତ୍ୟା କରିଥିଲେ।
ପୁଅର ଅଭିଯୋଗ ପରେ କାଶୀପୁର ପୁଲିସ ଗୁରୁନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୧୪ ଜଣ ସାକ୍ଷୀଙ୍କ ବୟାନ ସହିତ ପ୍ରମାଣ ଓ ବିଭିନ୍ନ ତଥ୍ୟ ଆଧାରରେ କୋର୍ଟ ଗୁରୁନାଥଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସାକ୍ଷୀମାନଙ୍କ ମଧ୍ୟରେ ଗୁରୁନାଥଙ୍କ ପୁଅ ମଧ୍ୟ ଥିଲେ। ଗୁରୁନାଥ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ସଜା ଶୁଣାଇଥିଲେ।
📲Get App