🔥 ट्रेंडिंग भादवा मेला रामदेवरा में सफाई व्यवस्था... અમરેલીના દેવભૂમી દેવળીયા ગામમાં વનનો ર... મહીસાગર જિલ્લામાં કોઠંબા પોલીસ સ્ટેશન... फर्रुखाबाद में माफिया अनुपम दुबे के सह... राजस्थान में बीजेडीपी ने नगर निकाय चुन... तमिलनाडु NEET UG 2026 राउंड‑2 सीट आवंट...
16 सित. 2026
ગુજરાતી मराठी ਪੰਜਾਬੀ বাংলা
अपराध

ହଷ୍ଟେଲରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

✍️ रिपोर्टर: Deepak Mahapatra 🗓 16 सित. 2026, 01:08 PM 👁 13
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବୋଇ ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଆଜି ଜଣେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ମୃତ ଛାତ୍ରୀଙ୍କ ନାଁ ସଂପୂର୍ଣ୍ଣା ମହାନ୍ତି। ତାଙ୍କ ଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ। ସେ ଡିପ୍ଲୋମା ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ।

ସଂପୂର୍ଣ୍ଣାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ତାଙ୍କ ବାପା ସନ୍ଦୀପ ମହାନ୍ତି କହିଛନ୍ତି ଯେ ଗତକାଲି ଓ ଆଜି ଝିଅ ଭିଡିଓ କଲ୍ କରି ପରିବାର ଲୋକଙ୍କ ସହିତ ଭଲରେ କଥା ହୋଇଥିଲା। ଦୀପାବଳିରେ ଘରକୁ ଆସି ପାରି ନଥିବାରୁ କାର୍ତ୍ତିକ ପୂର୍ଣ୍ଣିମାରେ ଆସିବ ବୋଲି କହିଥିଲା। ତା’ ପାଇଁ ବାଣ ରଖିବାକୁ କହିଥିଲା। ୧୧ଟା ପାଖାପାଖି ସେ ଘର ଲୋକଙ୍କ ସହିତ ଫୋନ୍‌ରେ କଥା ହୋଇଥିଲା। ଆଉ ୧୨ଟା ପରେ ଫୋନ୍ ଆସିଲା ତା’ ଅବସ୍ଥା ଗୁରୁତର ଅଛି। ତାକୁ ଡାକ୍ତରଖାନା ନିଆଯାଇଛି।ସନ୍ଦୀପ ମହାନ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ହତ୍ୟା କରାଯାଇଛି। ତା’ ବେକରେ ଏକାଧିକ ଦାଗ ଅଛି। ଗୋଡ଼ରେ ମଧ୍ୟ କ୍ଷତ ଅଛି। ଯେଉଁ ରଶିରେ ସେ ଝୁଲିଥିଲା ବୋଲି କୁହାଯାଉଛି, ତାହା ବେଶ୍‌ ପତଳା। ତା’ ଓଜନ ଅନୁସାରେ ସେହି ରଶିରେ ସେ ଝୁଲିଥିବ ବୋଲି ବିଶ୍ୱାସ ହେଉନି।

ଅନ୍ୟପକ୍ଷରେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜର ଅଧ୍ୟକ୍ଷ ଅଜିତ କୁମାର ଖଟୁଆ। ସେ କହିଛନ୍ତି, ଏହା ହତ୍ୟା ଘଟଣା ନୁହେଁ। ଦିନ ପ୍ରାୟ ୧୨ଟା ପାଖାପାଖି ଏହି ଘଟଣା ଘଟିଛି। ତାଙ୍କୁ ଝୁଲନ୍ତା ଅବସ୍ଥା ଦେଖିବା ପରେ ସଙ୍ଗେ ସଙ୍ଗେ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ସମସ୍ତ ପ୍ରକାର ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେହି ରୁମ୍‌ରେ ଆଉ ଜଣେ ଛାତ୍ରୀ ମଧ୍ୟ ଥିଲେ। ତେବେ ଏ ଘଟଣା ଘଟିବା ବେଳେ ସେ ଖାଇବା ପାଇଁ ଯାଇଥିଲେ।

ଜଟଣୀ ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଭୁବନେଶ୍ୱର ଏମ୍‌ସକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସଂପୂର୍ଣ୍ଣାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।
📲Get App