🔥 ट्रेंडिंग ભરૂચના વોર્ડ નં. 1‑2માં શાળા, આંગણવાડી... સ્વચ્છતા श्री चारंगबाबा मित्र मंडळाचा देखावा ठर... બાપુનગર હોસ્પિટલમાં કરાર સમાપ્ત થયા બા... महाराष्ट्र FDA ने मुंबई के रेस्तरां पर... महाराष्ट्र पुलिस में 2027 में 8,100 रि...
16 सित. 2026
ગુજરાતી मराठी ਪੰਜਾਬੀ বাংলা
अपराध

ସଂଘବଦ୍ଧ ଆକ୍ରମଣରେ କୁକୁଡ଼ା ଦୋକାନୀ ମୃତ, ପୁଅ ଗୁରୁତର; ପୁଲିସ ଉପରେ ଦୋଷ ଲଦିଲେ ପରିବାର ଲୋକେ

✍️ रिपोर्टर: Deepak Mahapatra 🗓 16 सित. 2026, 12:58 PM 👁 14
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ କୁକୁଡ଼ା ଦୋକାନୀ ଓ ତାଙ୍କ ପୁଅଙ୍କୁ ଆକ୍ରମଣ। କୁକୁଡ଼ା ଦୋକାନୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତ୍ୱର ଆହତ ହୋଇଛନ୍ତି।ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଆନ୍ଦୀଆ ପଞ୍ଚାୟତର ଜେନା ସାହିରେ।ମୃତ ବ୍ୟକ୍ତିଙ୍କ ନାଁ ଲଷ୍ମୀଧର ଜେନା। ତାଙ୍କୁ ୫୭ ବର୍ଷ ହୋଇଥିଲା। ପୂର୍ବରୁ କିଛି ଲୋକଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ସେହି ରାଗ ରଖି ସେହି ଲୋକମାନେ ଗତକାଲି ଲକ୍ଷ୍ମୀଧରଙ୍କ କୁକୁଡ଼ା ଦୋକାନରେ ଭଙ୍ଗାରୁଜା କରିଥିଲେ। ବାଧା ଦେବାରୁ ସେମାନେ ଲଷ୍ମୀଧର ଓ ତାଙ୍କ ପୁଅ ପର୍ଶୁରାମ ଜେନାକୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ କୁକୁଡ଼ା ଦୋକାନୀ ଲଷ୍ମୀଧର ଜେନାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ପର୍ଶୁରାମ ଜେନା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଲକ୍ଷ୍ମୀଧରଙ୍କ ପରିବାର ଲୋକେ ପୁଲିସକୁ ଦାୟୀ କରିଛନ୍ତି। ଲକ୍ଷ୍ମୀଧରଙ୍କ ବୋହୂ ପୂଜା ଜେନା କହିଛନ୍ତି ଯେ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି। ଯେଉଁ ଲୋକମାନେ ସେମାନଙ୍କୁ ହଇରାଣ କରୁଥିଲେ, ସେମାନଙ୍କ ବିରୋଧରେ ପୁଲିସ୍ ପାଖରେ ବହୁ ଥର ଅଭିଯୋଗ କରାଯାଇଛି। କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇ ନାହିଁ। ସେଥିପାଇଁ ଏଭଳି ଏକ ଘଟଣା ଘଟିଯାଇଛି।

ପୂଜା ଆହୁରି ଅଭିଯୋଗ କରିଛନ୍ତି ଯେ ଗତକାଲି ସେ, ତାଙ୍କ ଶାଶୂ ଓ ଯାଆ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ପୁଲିସ୍ ଛିଡ଼ା ହୋଇଥିଲା। କିନ୍ତୁ ସେମାନେ କିଛି କରୁ ନଥିଲେ। ଓଲଟି କହୁଥିଲେ ଯେ ସେମାନେ (ମୃତାହତ ଓ ଆକ୍ରମଣକାରୀ) ନିଜ ନିଜ ଭିତରେ ମାରପିଟ ହୋଇ ଏମିତି ହୋଇଛନ୍ତି।

ମୃତ ଲକ୍ଷ୍ମୀଧରଙ୍କ ଶାଳକ ତାପସ ଜେନା କହିଛନ୍ତି ଯେ ପ୍ରାୟ ୧୫/୨୦ ଜଣ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସେମାନେ ଲୁହା ରଡ୍‌, ବିୟର ବୋତଲ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ୨/୩ ବର୍ଷ ହେଲାଣି ଝମେଲା ଚାଲିଥିଲା। ବହୁ ଥର ପୁଲିସ୍‌ରେ ଏଫଆଇଆର ଦିଆଯାଇଥିଲା। କିନ୍ତୁ ପୁଲିସ୍ କିଛି କଲାନି। ଆମକୁ ନ୍ୟାୟ ଦରକାର।

ଅନ୍ୟପକ୍ଷରେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
📲Get App