🔥 ट्रेंडिंग उत्तराखंड के मुख्यमंत्री ने हेल्पलाइन... रिशिकेश पुलिस ने कर दिया कान्वर यात्रा... ओवैसी ने गोवा के मुख्यमंत्री से आग्रह... દહેજમાં 2,212 કરોડના ડ્રગ્સનો નાશ ગૃહમ... મહેસાણા ના વિજાપુરમાં બૉબ ATMમાં ગાયનુ... अमेरिका में पंजाबी ट्रक ड्राइवर पर चाक...
15 सित. 2026
ગુજરાતી मराठी ਪੰਜਾਬੀ বাংলা
स्थानीय

ବରମୁଣ୍ଡା ଟ୍ରାଫିକ୍ ସମସ୍ୟା ଉତ୍କଟ

✍️ रिपोर्टर: Deepak Mahapatra 🗓 15 सित. 2026, 11:38 AM 👁 10
शेयर करें: 💬 WhatsApp 📘 Facebook 𝕏 Post

ଭୁବନେଶ୍ବରର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ ବରମୁଣ୍ଡାରେ ଟ୍ରାଫିକ୍ ସମସ୍ୟା ଯୋଗୁ ଲୋକେ କଲବଲ ହେଉଛନ୍ତି। ବିଶେଷକରି ସନ୍ଧ୍ୟାରେ ଏହି ସମସ୍ୟା ଉତ୍କଟ ରୂପ ନେଉଛି। ବିଏସ୍‌ଏବିଟି ପାଖରୁ ଫାୟାର୍‌ଷ୍ଟେସନ୍‌ ଛକ...

ଭୁବନେଶ୍ବର: ଭୁବନେଶ୍ବରର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ ବରମୁଣ୍ଡାରେ ଟ୍ରାଫିକ୍ ସମସ୍ୟା ଯୋଗୁ ଲୋକେ କଲବଲ ହେଉଛନ୍ତି। ବିଶେଷକରି ସନ୍ଧ୍ୟାରେ ଏହି ସମସ୍ୟା ଉତ୍କଟ ରୂପ ନେଉଛି। ବିଏସ୍‌ଏବିଟି ପାଖରୁ ଫାୟାର୍‌ଷ୍ଟେସନ୍‌ ଛକ ପର୍ଯ୍ୟନ୍ତ ସର୍ଭିସ୍‌ ରାସ୍ତାରେ ଗାଡ଼ିମାନଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ରାସ୍ତାକଡ଼ ଜବରଦଖଲ ସାଙ୍ଗକୁ ରଙ୍ଗ୍‌ରୁଟ୍‌ ଗାଡ଼ିଚାଳନା ଏହି ସମସ୍ୟାର ମୁଖ୍ୟ କାରଣ ପାଲଟିଛି। ସେହିପରି ଅଟୋ ଓ ବେଆଇନ ଗାଡ଼ି ପାର୍କିଂ ସମସ୍ୟାକୁ ବଢ଼ାଉଛି। ଜାମ୍‌ରେ ଆମ୍ବୁଲାନ୍ସ ମଧ୍ୟ ଫସି ରହୁଛି। ମାତ୍ର ୪୦୦ ମିଟର ରାସ୍ତା ଅତିକ୍ରମ କରିବାକୁ ୨୦ମିନିଟ୍‌ରୁ ଅଧଘଣ୍ଟା ସମୟ ଲାଗିଯାଉଛି। ଅନ୍ତର୍ଜାତୀୟ ସ୍ତରର ବସ୍‌ ଟର୍ମିନାଲ୍‌ ଭିତରୁ ବାହାରିବା ପରେ ଏଭଳି ଟ୍ରାଫିକ୍‌ ସମସ୍ୟା ଦେଖି ଯେକୌଣସି ଲୋକ ହତାଶ ହୋଇପଡ଼ିବ। ଏଠାରେ ଥିବା ଏନ୍‌ଏଚ୍‌ ଫ୍ଲାଏଓଭର୍‌ ଡାଇଭର୍ସନ ନିକଟରେ ଖଣ୍ଡଗିରି ପଟୁ ଆସୁଥିବା ଗାଡ଼ି ଏବଂ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ତଥା ହାଉସିଂବୋର୍ଡ କଲୋନିରୁ ଓଭର୍‌ବ୍ରିଜ୍‌ ଉପରକୁ ଯାଉଥିବା ଗାଡ଼ି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ଅନୁରୂପ ଭାବେ ରାସ୍ତା ଉପରେ ବସ୍‌ ରଖି ଯାତ୍ରୀ ଉଠାଣ କରୁଥିବାରୁ ସମସ୍ୟା ବଢ଼ୁଛି। ଷ୍ଟାଣ୍ଡରୁ ବାହାରୁଥିବା ବସ୍‌ଗୁଡ଼ିକ ପଛକୁ ପଛ ଲମ୍ବି ରହିବାରୁ ରାସ୍ତା ସଂକୀର୍ଣ୍ଣ ହେବା ସହିତ ପଛ ପାର୍ଶ୍ବରୁ ଆସୁଥିବା ଦୁଇଚକିଆ ମଧ୍ୟ ଏହାକୁ ଅତିକ୍ରମ କରିପାରୁନାହିଁ। ବିଶେଷ କରି ଅଫିସ୍‌ ସମୟ ପୂର୍ବାହ୍ଣ ୯ଟାରୁ ୧୦ଟା ଓ ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ଗାଡ଼ି ଗଡ଼ୁନି।ସେହିପରି ରାଜଧାନୀ କଲେଜ ଅଣ୍ଡର୍‌ପାସ୍‌ ପାଖ ‘ଆମ ବସ୍‌ ଷ୍ଟପ୍‌’ ନିକଟରେ ମଧ୍ୟ ଲୋକେ ଟ୍ରାଫିକ୍‌ ସମସ୍ୟାରେ ଛନ୍ଦି ହେଉଛନ୍ତି। ଟିକେ ଅନ୍ୟମନସ୍କ ହେଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ଅନୁରୂପ ଭାବେ ଏହି ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଛି। ଏନେଇ ବିଏମ୍‌ସି କିମ୍ବା ପରିବହନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଜଟିଳ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ୍‌କୁ ନେବାକୁ ଫାୟାର୍‌ଷ୍ଟେସନ୍‌ ରାସ୍ତା ସହଜ ହେଉଥିଲେ ମଧ୍ୟ ଟ୍ରାଫିକ୍‌ ସମସ୍ୟା ଯୋଗୁ ଏହି ଜରୁରୀକାଳୀନ ଗାଡ଼ି ଅଟକି ରହୁଛି। ଏହା ସତ୍ତ୍ବେ ଟ୍ରାଫିକ୍‌ ପ୍ରଶାସନ ତରଫରୁ ଜଣେ ହେଲେ କର୍ମଚାରୀ ଏଠାରେ ଉପସ୍ଥିତ ରହୁନାହାନ୍ତି। ଯିଏ ଯେଉଁ ବାଟେ ଚାହିଲା, ସେହି ବାଟରେ ଯାଉଛି। ସଡ଼କ ସୁରକ୍ଷାର ସମସ୍ତ ନିୟମକୁ ଏଠାରେ ଉଲ୍ଲଙ୍ଘନ କରାଯାଉଛି।
📲Get App