🔥 ट्रेंडिंग ગુજરાતના 12 જિલ્લાઓમાં ભારે વરસાદની ચે... અંબાજી ભાદરવી પૂનમ મેળામાં 27 મેડિકલ ક... સુરતમાં વરસાદ માટે લાલ એલર્ટ જાહેર અનોખો પ્રેમ.... जालंधर में पंजाब रोडवेज की बस में लगी... સુરેન્દ્રનગરના લખતર તાલુકાના ભાલાળા ગા...
14 सित. 2026
ગુજરાતી मराठी ਪੰਜਾਬੀ বাংলা
स्वास्थ्य

ସଡ଼କ ଦୁର୍ଘଟଣାରେ ଆହତ ନୀଳଗିରି ହସ୍ପିଟାଲ ନର୍ସିଂ ଅଫିସରଙ୍କ ମୃତ୍ୟୁ

✍️ रिपोर्टर: Deepak Mahapatra 🗓 14 सित. 2026, 12:58 PM 👁 11
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ନୀଳଗିରି ହସ୍ପିଟାଲର ନର୍ସିଂ ଅଫିସର ନିୟତି ଦାସଅଧିକାରୀଙ୍କ ୫ ଦିନର ଚିକିତ୍ସା ପରେ ମୃତ୍ୟୁ। ତାଙ୍କୁ କଟକର ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା।

ନୀଳଗିରି: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ନୀଳଗିରି ଡାକ୍ତରଖାନାର ଜଣେ ନର୍ସିଂ ଅଫିସରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ଭୋଗରାଇ ବ୍ଲକ କମର୍ଦ୍ଦା ଅଞ୍ଚଳର ନିୟତି ଦାସଅଧିକାରୀ (୪୭)।
ବସଷ୍ଟାଣ୍ଡକୁ ଯିବା ବେଳେ ଦୁର୍ଘଟଣା ଘଟିଥିଲା
ସୂଚନାଯୋଗ୍ୟ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ନର୍ସିଂ ଅଫିସର ଭାବେ କାର୍ଯ୍ୟ କରୁଥିବା ନିୟତି ଗତ ୭ ତାରିଖ ଦିନ ଡ୍ୟୁଟି ସାରିବା ପରେ ମେଡିକାଲ ବସାଘରୁ ନିଜ ସ୍କୁଟିରେ ନୀଳଗିରି ବସଷ୍ଟାଣ୍ଡକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନୀଳଗିରି ଜେଲରୋଡ ରାସ୍ତାରେ ସାମ୍ନାପଟୁ ଏକ ଗାଡ଼ି ଦ୍ରୁତଗତିରେ ମାଡ଼ି ଆସିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପ୍ରଥମେ ନୀଳଗିରି ଡାକ୍ତରଖାନା, ପରେ ବାଲେଶ୍ୱର ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଦୀର୍ଘ ୫ ଦିନର ଚିକିତ୍ସା ପରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ନୀଳଗିରି ହସ୍ପିଟାଲର ସମସ୍ତ ଡାକ୍ତର ଓ କର୍ମଚାରୀ ଶୋକବ୍ୟକ୍ତ କରିଛନ୍ତି।
📲Get App