🔥 TRENDING BJP wins 197 civic body posts in Rajas... ਡੇਰਾਬੱਸੀ ’ਚ ਚੋਰਾਂ ਦਾ ਕਹਿਰ: ਕਰਿਆਨਾ ਦੁਕਾ... Lakshmi Mittal and Adar Poonawalla Set... High Court Flags Security Lapses at Ch... Maharashtra Fuel Rates Today: Pune, Mu... Milk Spill as Tanker Overturns on Mumb...
22 Sep 2026
ગુજરાતી मराठी ਪੰਜਾਬੀ বাংলা
ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ
Politics

ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ

✍️ Reporter: Deepak Mahapatra 🗓 11 Sep 2026, 06:31 PM 👁 38
Share: 💬 WhatsApp 📘 Facebook 𝕏 Post
ଆଜି ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ପୌରହିତ୍ୟ କରିଥିବା ବେଳେ ସାଂସଦ ପୁରୀ, ଡା. ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୀର୍ଥଯାତ୍ରୀ ବସକୁ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ l ଏହି ଯୋଜନାରେ ଜିଲ୍ଲାର ସମୁଦାୟ ୧୧୯ ଜଣ ତୀର୍ଥ ଯାତ୍ରୀ ଯାତ୍ରା କରିଛନ୍ତି l ମାନ୍ୟବର ସାଂସଦ ସମସ୍ତ ତୀର୍ଥଯାତ୍ରୀଙ୍କୁ ଅଯୋଧ୍ୟା ଓ ବାରାଣସୀ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ରାମ ନାମ ଆଉ ଶିବ ନାମକୁ ତୀର୍ଥଯାତ୍ରୀମାନଙ୍କ ସହିତ ଗାନ କରିଥିଲେ ।
ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଯାତ୍ରୀ ମାନେ କିଭଳି ଭାବେ ସୁରୁଖୁରୁରେ ଯିବା ଆସିବା କରିବେ ତା ଉପରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷ ଜିଲ୍ଲାପରିଷଦ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପର୍ଯ୍ୟଟନ ବିଭାଗର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଂଶସା କରିଥିଲେ । ପରିଶଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।
📲Get App