Crime
ଗୋରୁ ଚୋରାଚାଲାଣ ବେଳେ ପୋଲିସର ଚଢ଼ାଉ
ଗୋରୁ ଚୋରାଚାଲାଣ ବେଳେ ପୋଲିସର ଚଢ଼ାଉ
୨ଟି ପିକ୍ଅପ୍ ଭ୍ୟାନ୍ ଜବତ, ୩୫ ଗୋରୁ ଉଦ୍ଧାର; ୨ ଅଟକ
ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ଥାନା ଅଞ୍ଚଳର ସୋଲବନ୍ଧ ନିକଟରେ ଗୋରୁ ଚୋରାଚାଲାଣ ବେଳେ ପୋଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଗୋରୁ ବୋଝେଇ ଦୁଇଟି ପିକ୍ଅପ୍ ଭ୍ୟାନ୍କୁ କାନପୁର ପୋଲିସ ଜବତ କରିଛି।
ଜବତ ହୋଇଥିବା ଦୁଇଟି ଗାଡ଼ିରୁ ଚୋରାଚାଲାଣ ହେଉଥିବା ୩୫ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି।
ଘଟଣା ସମ୍ପର୍କରେ କାନପୁର ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଗୋରୁଗୁଡ଼ିକୁ କେଉଁଠାକୁ ଚୋରାଚାଲାଣ କରାଯାଉଥିଲା ଏବଂ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି।