🔥 ट्रेंडिंग दलित उत्थान संघर्ष सेवा समिति के प्रदे... ડભોઈના વેગા બ્રિજ પાસે ડમ્પરની બ્રેક ફ... આખરે રહસ્ય ખૂલ્યું હત્યાબાદબળાત્કારનોજ... રાજસ્થાનના ઉપલીમાં દારૂના ગુનામાં ફરાર... ગૂજરાતમાં આવતીકાલથી સાત દિવસ સુધી વરસા... જાફરાબાદના સરકેશ્વર ખાતે આગામી ગણેશ વિ...
21 सित. 2026
ગુજરાતી मराठी ਪੰਜਾਬੀ বাংলা
ଆଉ ଚଳିବନି ପୁରୁଣା କାର୍ଡ: ରାଜ୍ୟ କର୍ମଚାରୀଙ୍କୁ ମିଳିବ ନୂଆ ଡିଜିଟାଲ୍ ଆଇଡି କାର୍ଡ, ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ମନା
नौकरी

ଆଉ ଚଳିବନି ପୁରୁଣା କାର୍ଡ: ରାଜ୍ୟ କର୍ମଚାରୀଙ୍କୁ ମିଳିବ ନୂଆ ଡିଜିଟାଲ୍ ଆଇଡି କାର୍ଡ, ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ମନା

✍️ रिपोर्टर: Deepak Mahapatra 🗓 11 सित. 2026, 12:38 PM 👁 49
यहाँ देखें: ▶️ YouTube 📘 Facebook 📷 Instagram
शेयर करें: 💬 WhatsApp 📘 Facebook 𝕏 Post

ରାଜ୍ୟ ସରକାର ପୁରୁଣା ଆଇଡି କାର୍ଡ ବ୍ୟବସ୍ଥାକୁ ବନ୍ଦ କରି ଏବେ ଆଇଡେଣ୍ଟିଟି ଆଣ୍ଡ ପର୍ସୋନେଲ୍ ମ୍ୟାନେଜମେଣ୍ଟ ସିଷ୍ଟମ(IPMS) ମାଧ୍ୟମରେ ନୂଆ ହାଇଟେକ୍ ପରିଚୟ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆଇଡି କାର୍ଡ କେବଳ ନିୟମିତ ସରକାରୀ କର୍ମଚାରୀଙ୍କୁ ମିଳିବ।

ରାଜ୍ୟ ସଚିବାଳୟର ବିଭିନ୍ନ ଅଫିସରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମିଳିବ ନୂଆ ଡିଜିଟାଲ୍ ଆଇଡି କାର୍ଡ। ରାଜ୍ୟ ସରକାର ପୁରୁଣା ଆଇଡି କାର୍ଡ ବ୍ୟବସ୍ଥାକୁ ବନ୍ଦ କରି ଏବେ ଆଇଡେଣ୍ଟିଟି ଆଣ୍ଡ ପର୍ସୋନେଲ୍ ମ୍ୟାନେଜମେଣ୍ଟ ସିଷ୍ଟମ(IPMS) ମାଧ୍ୟମରେ ନୂଆ ହାଇଟେକ୍ ପରିଚୟ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆଇଡି କାର୍ଡ କେବଳ ନିୟମିତ ସରକାରୀ କର୍ମଚାରୀଙ୍କୁ ମିଳିବ। କୌଣସି ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଂ କମର୍ଚାରୀଙ୍କୁ ଏହି ହାଇଟେକ୍ ଆଇଡି କାର୍ଡ ଦିଆଯିବ ନାହିଁ।ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟ ସରକାରଙ୍କ ଲୋକସେବା ଭବନ, ଖାରବେଳ ଭବନ, ରାଜୀବନ ଭବନ, କୃଷି ଭବନ, ଲୋକସମ୍ପର୍କ ଭବନ, ପର୍ଯ୍ୟଟନ ଭବନ, ସଂସ୍କୃତି ଭବନ ଓ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା କ୍ରୀଡ଼ା ଓ ଯୁବସେବା ବିଭାଗରେ କାର୍ଯ୍ୟରତ ନିୟମିତ ଦରମା ପାଉଥିବା ସ୍ଥାୟୀ କର୍ମଚାରୀମାନଙ୍କୁ ଏହି ନୂଆ ଆଇଡି କାର୍ଡ ପ୍ରଦାନ କରାଯିବ। ପ୍ରତ୍ୟେକ ବିଭାଗର ମନୋନୀତ ସୁପାରିଶକାରୀ ଅଫିସରଙ୍କ ଇ-ମେଲକୁ ଏକ ସ୍ୱତନ୍ତ୍ର ଆବେଦନ ଲିଙ୍କ୍ ପଠାଯିବ ଓ ସେହି ମାଧ୍ୟମରେ କର୍ମଚାରୀମାନେ ନିଜର ଆବେଦନ କରିପାରିବେ।

ତେବେ ଅବସର ପରେ ପୁନଃନିଯୁକ୍ତ ପାଇଥିବା ଓଏସଡି, ପରାମର୍ଶଦାତା, ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ଏହି କାର୍ଡ ପ୍ରଦାନ କରାଯିବ ନାହିଁ। ସେମାନେ ପୂର୍ବପରି କେବଳ ‘ଇ-ପ୍ରବେଶ’ ପୋର୍ଟାଲ ମାଧ୍ୟମରେ ଅନୁମତି ପାସ୍ ପାଇପାରିବେ।ଏହି କାର୍ଡ ପାଇଁ ଆବେଦନ କରିବାବେଳେ କର୍ମଚାରୀମାନଙ୍କୁ ସ୍ପଷ୍ଟ ଭାବେ ନିଜର ଡିଜିଟାଲ ଦସ୍ତଖତ, ପାସପୋର୍ଟ ସାଇଜ୍ ଫଟୋ ସହ ଚାକିରିର ପ୍ରମାଣ ସ୍ୱରୂପ ନିଯୁକ୍ତି ପତ୍ର, ଜଏନିଂ ଲେଟର କିମ୍ବା ସର୍ଭିସ ବୁକର ପ୍ରଥମ ପୃଷ୍ଠା ସଂଲଗ୍ନ କରିବା ବାଧ୍ୟତାମୂଳକ ହୋଇଛି। ଦାଖଲ କରାଯାଇଥିବା ତଥ୍ୟର ସତ୍ୟତା ପାଇଁ ଆବେଦନକାରୀ ନିଜେ ଦାୟୀ ରହିବେ। ଥରେ ଆବେଦନ କରି ସାରିବା ପରେ କୌଣସି ସଂଶୋଧନ ଗ୍ରହଣ କରାଯିବ ନାହିଁ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି।

ନୂଆ ଆଇକାର୍ଡ ମିଳବା ମାତ୍ରେ କର୍ମଚାରୀମାନଙ୍କୁ ନିଜର ପୁରୁଣା ଆଇକାର୍ଡକୁ ଫେରସ୍ତ କରିବାକୁ ପଡ଼ିବ। ଭବିଷ୍ୟତରେ କୌଣସି କର୍ମଚାରୀ ଚାକିରିରୁ ଅବସର ନେଲେ କିମ୍ବା ଅନ୍ୟତ୍ର ବଦଳି ହେଲେ କିମ୍ବା ଚାକିରି ସମାପ୍ତ ହେଲେ ତୁରନ୍ତ ନିଜର ହାଇଟେକ୍ ଆଇଡି କାର୍ଡକୁ ନିଜ ବିଭାଗ ନିକଟରେ ସମର୍ପଣ କରିବେ। ଆଉ ସମ୍ପୃକ୍ତ ବିଭାଗ ସେହି କାର୍ଡକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ହସ୍ତାନ୍ତର କରିବ।

ରାଜ୍ୟ ସଚିବାଳୟର ଏହି ସବୁ ଅଫିସଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଏଣ୍ଟ୍ରାନ୍ସ ଗେଟଗୁଡ଼ିକୁ ହାଇଟେକ୍ ଢଙ୍ଗରେ ଅପରେଟ୍ କରିବା ନିମନ୍ତେ ରାଜ୍ୟ ସରକାର ଏବେ ନିଜର କର୍ମଚାରୀମାନଙ୍କୁ ହାଇଟେକ୍ କାର୍ଡ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
📲Get App