Crime
ଜମି ବିକ୍ରି ନାଁରେ ୧.୪୦ କୋଟି ଠକେଇ, ଅଭିଯୁକ୍ତ ଗିରଫ
Watch on:
▶️ YouTube
ଜମି ବିକ୍ରି କରିବା ନାଁରେ ୧ କୋଟି ୪୦ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଭୁବନେଶ୍ୱର ଓଲ୍ଡ ଟାଉନ ଅଞ୍ଚଳର ସୂରଜ କୁମାର ମିଶ୍ର (୫୧)ଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ଶାସ୍ତ୍ରୀ ନଗରର ବାସିନ୍ଦା ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜ (୪୯) ଶଙ୍କରପୁର ମୌଜାରେ ଥିବା ୪.୧୧୨୦ ଏକର ଜମି କ୍ରୟ ପାଇଁ ୦୫.୦୧.୨୦୨୩ ଓ ୨୪.୦୧.୨୦୨୩ ତାରିଖରେ ପାୱାର ଅଫ ଆଟର୍ଣ୍ଣିଧାରୀଙ୍କ ସହ ଚୁକ୍ତି କରିଥିଲେ। ଏହି ଜମିର ମୋଟ ମୂଲ୍ୟ ₹୨.୭୭ କୋଟି ଧାର୍ଯ୍ୟ ହୋଇଥିଲା।
ଚୁକ୍ତି ଅନୁସାରେ ଅଭିଯୋଗକାରୀ ବ୍ୟାଙ୍କ ମାଧ୍ୟମରେ ଓ ନଗଦ ଭାବେ ୧ କୋଟି ୪୦ ଲକ୍ଷ କୋଟି ଅଗ୍ରୀମ ପ୍ରଦାନ କରିଥିଲେ। ପରେ ୧୩.୦୨.୨୦୨୫ ତାରିଖରେ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଖର୍ଚ୍ଚ ବାବଦକୁ ଅଭିଯୁକ୍ତଙ୍କୁ ଗୁଗଲ ପେ ମାଧ୍ୟମରେ ଅତିରିକ୍ତ ୬୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଅଭିଯୁକ୍ତ ଟଙ୍କା ନେବା ପରେ ମଧ୍ୟ ଜମିର ରେଜିଷ୍ଟ୍ରି କରିନଥିଲେ କିମ୍ବା ଟଙ୍କା ଫେରସ୍ତ କରିନଥିଲେ। ବରଂ ଉକ୍ତ ଜମିକୁ ଗୁପ୍ତ ଭାବେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ଫେରସ୍ତ ମାଗିବାରୁ ଅଭିଯୋଗକାରୀଙ୍କୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।
ତଦନ୍ତ ସମୟରେ ପୁଲିସ ଚୁକ୍ତିପତ୍ର, ଶପଥପତ୍ର, ଗୁଗଲ ପେ ସମ୍ପର୍କିତ ଦସ୍ତାବିଜ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଏବଂ ଠକେଇ ଟଙ୍କା ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି।