🔥 ट्रेंडिंग उत्तर प्रदेश में बड़ा प्रशासनिक फेरबदल... ओडिशा के मयूरभंज में सड़क दुर्घटना में... अशोक त्रिपाठी पैनल ने शिक्षकों की रिपो... पंचायत एक्सप्रेस लाइव: ओडिशा के 2027 प... लुधियाना में फैक्टरी के कारीगर का शव प... जालंधर में 4 साल के बच्चे का अपहरण कर...
22 सित. 2026
ગુજરાતી मराठी ਪੰਜਾਬੀ বাংলা
ସ୍କୁଲ ଗେଟ୍ ସାମ୍ନାରେ ଶିକ୍ଷକଙ୍କୁ ମାରି ଲହୁଲୁହାଣ କଲେ ଦୁର୍ବୃତ୍ତ
अपराध

ସ୍କୁଲ ଗେଟ୍ ସାମ୍ନାରେ ଶିକ୍ଷକଙ୍କୁ ମାରି ଲହୁଲୁହାଣ କଲେ ଦୁର୍ବୃତ୍ତ

✍️ रिपोर्टर: Deepak Mahapatra 🗓 09 सित. 2026, 03:02 PM 👁 33
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post

ସ୍କୁଲ ଗେଟ୍ ସାମ୍ନାରେ ଶିକ୍ଷକଙ୍କୁ ମାରି ଲହୁଲୁହାଣ କଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ବ୍ଳକ ବାଲୁଙ୍କେଶ୍ୱର ହାଇସ୍କୁଲ ନିକଟରେ । ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ଖଲ୍ଲିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପିଏମ. ଶ୍ରୀ. ବାଲୁଙ୍କେଶ୍ୱର ହାଇସ୍କୁଲର ଏଲ୍‌ଟିଆର୍ ଶିକ୍ଷକ ଭବାନୀ କୁମାର ଦାସ ପ୍ରତିଦିନ ଭଳି ଆଜି ନିଜ ସ୍କୁଟି ଯୋଗେ ସ୍କୁଲକୁ ଯାଉଥିଲେ। ସ୍କୁଲ ଗେଟ୍ ନିକଟରେ ପହଞ୍ଚିବା ସମୟରେ, ପୂର୍ବରୁ ଛକି ରହିଥିବା ଜଣେ ଅଜଣା ଦୁର୍ବୃତ୍ତ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ସଙ୍ଘାତିକ ଆକ୍ରମଣ କରିଥିଲା।
ଆକ୍ରମଣ ଏତେ ତୀବ୍ର ଥିଲା ଯେ ଶିକ୍ଷକ ଜଣକ ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୂର୍ଛା ହୋଇ ତଳେ ପଡ଼ିଯାଇଥିଲେ । ଆକ୍ରମଣ ପରେ ସ୍କୁଲର ଅନ୍ୟ ସହକର୍ମୀ ଶିକ୍ଷକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବାର ସନ୍ଦେହ କରାଯାଉଛି ।
📲Get App