Local
୩ ଲକ୍ଷ ୧୫ ହଜାର ସହ ଧରାପଡ଼ିଥିଲେ, ଚଢ଼ାଉ ବେଳେ ବାହାରିଲା ପୁଳାପୁଳା ସଂପତ୍ତି; ବାନ୍ଧିଲା ଭିଜିଲାନ୍ସ
୩ ଲକ୍ଷ ୧୫ ହଜାର ଟଙ୍କା ସହ ଗତକାଲି ସନ୍ଧ୍ୟାରେ ଧରାପଡ଼ିଥିବା କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ତାଙ୍କର ପୁଳା ପୁଳା ସଂପତ୍ତି ଠାବ କରିଛି ଭିଜିଲାନ୍ସ।ଅନୁପମା ସାହୁ ଗତକାଲି ତାଙ୍କ ଅଫିସ ଗାଡ଼ିରେ କେନ୍ଦ୍ରାପଡ଼ାର ନୟନ ବିହାର ସ୍ଥିତ ତାଙ୍କ ବାସଭବନକୁ ଫେରୁଥିବା ବେଳେ ମାର୍ଶାଘାଇ କ୍ରସିଂ ନିକଟରେ ଜାତୀୟ ରାଜପଥ ୫୩-ଏ’ରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା। ଯାଞ୍ଚ ବେଳେ ତାଙ୍କଠାରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ମିଳିଥିଲା। ସେ ଏତେ ଟଙ୍କା କେଉଁଠାରୁ ଆଣିଲେ, କେଉଁ ଉଦ୍ଦେଶ୍ୟରେ ସେ ଏହି ଟଙ୍କା ପାଖରେ ରଖିଛନ୍ତି- ଆଦି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଅନୁପମା ସାହୁ। ଭିଜିଲାନ୍ସ ପକ୍ଷରୁ ଉକ୍ତ ଟଙ୍କା ସହିତ ତାଙ୍କ ସରକାରୀ ଗାଡ଼ିକୁ ଜବତ କରିଥିଲା ଭିଜିଲାନ୍ସ।
ଏହା ପରେ କେନ୍ଦ୍ରାପଡ଼ାର ନୟନ ବିହାର ସ୍ଥିତ ଅନୁପମା ସାହୁଙ୍କ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ସେଠାରୁ ଭିଜିଲାନ୍ସ ନଗଦ ୪ ଲକ୍ଷ ଟଙ୍କା ପାଇଥିଲା। ମୋଟ ଉପରେ ତାଙ୍କଠାରୁ ନଗଦ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି।ବିଭିନ୍ନ ଡିପୋଜିଟ୍ ବାବଦକୁ ସେ ୬୩ ଲକ୍ଷ ଟଙ୍କା ରଖିଛନ୍ତି। ଭୁବନେଶ୍ୱରରେ ତାଙ୍କର ଗୋଟିଏ ଫ୍ଲାଟ ଅଛି। ଢେଙ୍କାନାଳର କାମାକ୍ଷାନଗରରେ ଏକ ମାର୍କେଟ କମ୍ପ୍ଲେକ୍ସରେ ତାଙ୍କର ଗୋଟିଏ ଲୁହା ରଡ୍ ଓ ସିମେଣ୍ଟ ଗୋଦାମ ଅଛି। ବଲାଙ୍ଗିରରେ ତାଙ୍କର ଗୋଟିଏ ଦୋକାନ ଅଛି। ତାଙ୍କର ୫ଟି ପ୍ଲଟ୍ ଅଛି। ସେଥିରୁ ଭୁବନେଶ୍ୱର ଓ ଢେଙ୍କାନାଳରେ ଗୋଟିଏ ଲେଖାଏ ଥିବା ବେଳେ ଅନୁଗୋଳରେ ୩ଟି ଅଛି।ଗତକାଲି ତାଙ୍କଠାରୁ ଯେଉଁ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି, ତାହା ଲାଞ୍ଚ ଅର୍ଥ ବୋଲି ଭିଜିଲାନ୍ସ ଆଶଙ୍କା କରୁଛି। ଘଟଣାର ତଦନ୍ତ ଜାରି ରହିଛି।
ଅନୁପମା ସାହୁ ୨୦୦୩ରେ ଅନୁଗୋଳ ଜଳସେଚନ ଡିଭିଜନରେ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ। ତାଙ୍କର ପ୍ରାରମ୍ଭିକ ମାସିକ ଦରମା ୪୦୦୦ ଟଙ୍କା ଥିଲା। ୨୦୦୯ରେ ତାଙ୍କ ଚାକିରି ନିୟମିତ ହୋଇଥିଲା। ୨୦୧୬ ଡିସେମ୍ବର ମାସରେ ସେ ସହକାରୀ ଯନ୍ତ୍ରୀ ପଦକୁ ଉନ୍ନୀତ ହୋଇଥିଲେ ଓ ତାଙ୍କୁ ରେଙ୍ଗାଳି ଦକ୍ଷିଣ କେନାଲର ଢେଙ୍କାନାଳ ଡିଜାଇନ ଓ ମୋନିଟରିଂ ୟୁନିଟରେ ନିଯୁକ୍ତି ଦିଆଯାଇଥିଲା। ୨୦୨୫ ଅଗଷ୍ଟ ୧୨ ତାରିଖରେ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ସେହିଠାରେ କାମ କରୁଥିଲେ। ୨୦୨୬ ମାର୍ଚ୍ଚ ୨ ତାରିଖରେ ତାଙ୍କୁ କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ବଦଳି କରାଯାଇଥିଲା। ସେବଠାରୁ ସେ ଏଠାରେ କାର୍ଯ୍ୟ କରିଆସୁଥିଲେ।