🔥 TRENDING Udupi Dance Video of Tamil Nadu CM Vij... Tamil Nadu CM Vijay Issues Warning Ove... बारिश के बाद कच्ची दीवार भरभराकर गिरी રાજ્યપાલ શ્રી આચાર્ય દેવવ્રતજીએ તલોદના... ED Raids Trinamool MP Nadimul Haque’s... Madhya Pradesh Bureaucrat Faces Fourth...
07 Sep 2026
ગુજરાતી मराठी ਪੰਜਾਬੀ বাংলা
ନିର୍ଦ୍ଦୋଷକୁ ଅଭିଯୁକ୍ତ ସଜାଇଲା ପୋଲିସ
Local

ନିର୍ଦ୍ଦୋଷକୁ ଅଭିଯୁକ୍ତ ସଜାଇଲା ପୋଲିସ

✍️ Reporter: Deepak Mahapatra 🗓 07 Sep 2026, 04:47 PM 👁 3
Share: 💬 WhatsApp 📘 Facebook 𝕏 Post

ଉଦଳା ପୋଲିସର ବେପରୁଆ ନୀତି । ନିର୍ଦ୍ଦୋଷକୁ ଦୋଷୀ ସଜାଇ ଗଣମାଧ୍ୟମ ସାମ୍ନାରେ ମୁହଁରେ ଗାମୁଛା ଗୁଡ଼ାଇ ଛିଡା କରିଲା ପୋଲିସ। ନିର୍ଦ୍ଦୋଷ ଯୁବକ ବଖାଣିଲେ ସବୁ ସତ । ଉଦଳା ପୋଲିସର ଏପରି ଖାମଖିଆଲି ନୀତି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଗତକାଲି ତାର ବାଡ଼ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ଉଦଳା ପୋଲିସ । ଏହା ପରେ ଅଭିଯୁକ୍ତଙ୍କ ମୁହଁ ଘୋଡାଇ ଗଣମାଧ୍ୟମ ସାମ୍ନାକୁ ଅଣାଯାଇଥିଲା । ହେଲେ ୩ ଜଣଙ୍କ ମଧ୍ୟରୁ ବାବୁରାମ ହେମ୍ବ୍ରମ ନିର୍ଦ୍ଦୋଷ ଓ ଚୋରିରେ ସମ୍ପୃକ୍ତ ନଥିବା କଥା ପୋଲିସ ପରେ ଜାଣିବାକୁ ପାଇଥିଲା। ସକାଳ ୮ ରୁ ରାତି ୮ ପର୍ଯ୍ୟନ୍ତ ଥାନାରେ ରହିବା ପରେ ଶେଷରେ ବାବୁରାମ ହେମ୍ବ୍ରମକୁ ଛାଡି ଦେଇଥିଲେ ପୋଲିସ।
ପରେ ତାର ଚୋରି ଘଟଣାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ପଙ୍କଜ ମହାକୁଡ଼ ଏବଂ ପ୍ରଶାନ୍ତ ମହାକୁଡ଼କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି । ବାବୁରାମ ହେମ୍ବ୍ରମ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମହାକୁଡ଼ ନିକଟରୁ ଦୁଇ ବର୍ଷ ପୂର୍ବରୁ ୫ଶହ ଟଙ୍କା ଧାର ନେଇଥିଲେ ।ଯେଉଁଥିପାଇଁ ସେ ଚୋରିରେ ବାବୁରାମ ସମ୍ପୃକ୍ତ ବୋଲି ପୋଲିସ ଆଗରେ କହିଥିବାର କଥା କହିଛନ୍ତି ବାବୁରାମ। ପୋଲିସ ସଠିକ ତଦନ୍ତ ନକରି ତରବରିଆ ଭାବେ କଣ ପାଇଁ ନିର୍ଦ୍ଦୋଷ ବାବୁରାମକୁ ଦୋଷୀ ସଜାଇ ଗଣମାଧ୍ୟମ ସାମ୍ନାକୁ ଆଣିଲା ତାହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ।
📲Get App