🔥 ट्रेंडिंग पश्चिम बंगाल के वित्त मंत्री स्वपन दास... पश्चिम बंगाल बाय‑इलेक्शन: नंदिग्राम‑रा... बिहार में बाढ़ की स्थिति गंभीर, प्रमुख... बिहार सरकार ने नेपाल के बाढ़ के पानी म... बिहार में आदमी ने नई एसयूवी को छत पर र... पीएम मोदी गुजरात में 35,000 करोड़ रुपय...
08 सित. 2026
ગુજરાતી मराठी ਪੰਜਾਬੀ বাংলা
खानपान

ଗ୍ରାହକଙ୍କୁ କନ୍ଦାଇଲାଣି ପିଆଜ ଦର

✍️ रिपोर्टर: Deepak Mahapatra 🗓 07 सित. 2026, 05:17 PM 👁 7
शेयर करें: 💬 WhatsApp 📘 Facebook 𝕏 Post

ଗ୍ରାହକଙ୍କୁ କନ୍ଦାଇଲାଣି ପିଆଜ ଦର। ବଜାରରେ ପିଆଜ ଦର ଆକାଶଛୁଆଁ। କଟକ ଛତ୍ରବଜାରରେ ପିଆଜ କିଲୋପ୍ରତି ୬୦ ଟଙ୍କା ଛୁଇଁଲାଣି। ହୁ ହୁ ହୋଇ ବଢ଼ୁଛି ପିଆଜ ଦର । ଆଉ ଦର ଉପରେ ଲଗାମ୍ ଲାଗୁନି।

ଗତ ସପ୍ତାହରେ ପିଆଜ କିଲୋ ୫୦ ଟଙ୍କା ଦରରେ ବିକ୍ରୀ ହେଉଥିଲା । ହେଲେ ବର୍ତ୍ତମାନ ହଠାତ୍ ଦର ୬୦ ଟଙ୍କା ହୋଇଯାଇଛି। ଯାହା ଖାଉଟିଙ୍କ ପକେଟକୁ ବେଶ୍ ବାଧୁଛି ।
ସାଧାରଣତଃ ନାସିକ୍ ଅଞ୍ଚଳରୁ ପିଆଜ ଆସୁଥିବା ବେଳେ ବେଙ୍ଗାଲୁରୁ ଓ ଆନ୍ଧ୍ର ପିଆଜ ଏହି ସମୟରେ ବଜାରକୁ ଆସିଥାଏ। କିନ୍ତୁ ସେହି ସ୍ଥାନରୁ ଏପର୍ଯ୍ୟନ୍ତ ପିଆଜ ଆମଦାନୀ ହୋଇନଥିବାରୁ ପିଆଜ ଦରବୃଦ୍ଧି ହେଉଥିବା ଅନୁମାନ କରାଯାଉଛି ।ସେହିପରି ଭୁବନେଶ୍ବରରେ ପୁରୁଣା ଭଲ ପିଆଜ କୁଇଣ୍ଟାଲ ଦର କିଣା ୫ ହଜାର ଟଙ୍କା । ଏକ ନମ୍ୱର ହାଟରେ ପିଆଜ କିଲୋ ବିକ୍ରି ୬୦ ଟଙ୍କା ଥିବାବେଳେ ଫୁଟପାଥରେ ୬୫ ରୁ ୭୦ ଟଙ୍କାରେ ପିଆଜ ବିକ୍ରି ହେଉଛି ।

କୋରାପୁଟ ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ ସହର ଜୟପୁରରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି ପାଇଛି। ସପ୍ତାହକ ତଳେ ଯେଉଁ ପିଆଜ କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ଖୁଚୁରା ବଜାରରେ ୬୦ରୁ ୬୨ ଟଙ୍କାରେ ପହଞ୍ଚିଛି। ହଠାତ୍ ଏହି ଦରବୃଦ୍ଧି ସାଧାରଣ ଖାଉଟି ଓ ମଧ୍ୟବିତ୍ତ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି।

ମୁଖ୍ୟ ପିଆଜ ଉତ୍ପାଦନକାରୀ ଅଞ୍ଚଳ ଭାବେ ଜଣାଶୁଣା ମହାରାଷ୍ଟ୍ରର ନାସିକ ଏବଂ ଛତିଶଗଡ଼ର ରାୟପୁରରେ ପିଆଜର ଚଳିତ ଋତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୟପୁର ବଜାରରେ ଦୈନିକ ପ୍ରାୟ ୫୬ ଟନ୍ ପିଆଜର ଚାହିଦା ରହିଥିବା ବେଳେ ଏବେ ମାତ୍ର ୫୦ ଟନ୍ ପିଆଜ ଆସୁଛି। ଦୈନିକ ୬ ଟନ୍ ପିଆଜର ଏହି ନିଅଣ୍ଟ ସ୍ଥିତି ଦରବୃଦ୍ଧିର ପ୍ରମୁଖ କାରଣ ପାଲଟିଛି।

ବଜାରକୁ ନୂଆ ପିଆଜ ଆସିବା ପାଇଁ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଆଗକୁ ଯୋଗାଣ ଆହୁରି ହ୍ରାସ ପାଇବା ଆଶଙ୍କା ଥିବାରୁ ଆଗାମୀ ଦିନରେ ପିଆଜ କିଲୋ ପ୍ରତି ୧୦୦ ଟଙ୍କା ମଧ୍ୟ ଟପିପାରେ ବୋଲି ସ୍ଥାନୀୟ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।
📲Get App