National
ଆଙ୍ଗୁଠିକୁ ଖଣ୍ଡଖଣ୍ଡ କାଟିଲା; ଫ୍ରିଜରେ ରଖିଲା କଟାମୁଣ୍ଡ; ସ୍ତ୍ରୀକୁ ବିଭତ୍ସ ହତ୍ୟା କଲା ସ୍ଵାମୀ
ଦିସପୁର: ଆସାମରୁ ଏକ ଭୟଙ୍କର ହତ୍ୟା ମାମଲା ସାମ୍ନାକୁ ଆସିଛି । ଗୌହାଟିର ହାତିଗାଁଓ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରି କଟାମୁଣ୍ଡକୁ ଫ୍ରିଜରରେ ରଖିଥିଲା । ପଡ଼ୋଶୀମାନେ ଦୁର୍ଗନ୍ଧ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି । ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଏହି ମାମଲାରେ ମୁଖ୍ୟ ସନ୍ଦିଗ୍ଧ ବୋଲି କହିଥିବାବେଳେ ସେ ମଧ୍ୟ ଆତ୍ମସମର୍ପଣ କରିଛି ।
ପୋଲିସ କହିଛି ଯେ, ଏହି ହତ୍ୟାକାଣ୍ଡରେ ମୃତ ମହିଳା ରିୟାଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଛି । ଏହାବ୍ୟତୀତ ମହିଳାଙ୍କ ଆଙ୍ଗୁଠିକୁ ମଧ୍ୟ କାଟି ଦିଆଯାଇଛି । ରିୟାଙ୍କ ମୃତଦେହକୁ ଏକ ପଲିଥିନରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ୨୪ କିମ୍ବା ୪୮ ଘଣ୍ଟା ପୂର୍ବରୁ ହୋଇଛି । ଆଜି (ସେପ୍ଟେମ୍ବର ୭) ମହିଳାଙ୍କ କଟାମୁଣ୍ଡକୁ ପୋଲିସ ଫ୍ରିଜ୍ ଭିତରୁ ଜବତ କରିଛି ।
ସ୍ଵାମୀ ମୁଖ୍ୟ ଅଭିଯୁକ୍ତ
ଏହି ଘଟଣାରେ ଗୌହାଟି ପୋଲିସ କମିଶନରେଟ୍ର ଏଡିସିପି (ପୂର୍ବ) ଅନୁରାଗ ଶର୍ମା କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ହେଉଛି ମୃତ ମହିଳାଙ୍କ ସ୍ଵାମୀ ରାମାନୁଜନ ଗୌସ୍ଵାମୀ । ସେ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛି ଏବଂ ନିଜ ଦୋଷକୁ ସ୍ଵୀକାର କରିଛି । ପୋଲିସ ରବିବାର ରାତିରେ ବଶିଷ୍ଠପୁର ସ୍ଥିତ ଆପାର୍ଟମେଣ୍ଟରୁ ମୃତଦେହକୁ ଉଦ୍ଧାର କରିଛି ।
ହତ୍ୟାକାଣ୍ଡ ବିଷୟରେ କେମିତି ଜଣାପଡ଼ିଲା ?
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରବିବାର ରାତିରେ ପଡ଼ୋଶୀମାନେ ଘରୁ ଦୁର୍ଗନ୍ଧ ଆସୁଥିବାର ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁଣ୍ଡ ବିହୀନ ମୃତଦେହକୁ ତଳେ ପଡ଼ିଥିବା ଦେଖିଥିଲେ । ମୁଣ୍ଡଟି ଫ୍ରିଜର ଭିତରୁ ଉଦ୍ଧାର କରାଯାଇଥିଲା । ପଡ଼ୋଶୀଙ୍କ କହିବାନୁସାରେ, ଉଭୟଙ୍କ ଗତ ୬ ମାସ ପୂର୍ବରୁ ବିବାହ ହୋଇଥିଲା । ଉଭୟ ବଶିଷ୍ଠପୁର ସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ମୃତ ମହିଳାଙ୍କ ନାମ ବର୍ଷୀୟା ରିଆ ତାଲୁକଦାର, ଯିଏ ଏକ ବୁଟିକରେ କାମ କରୁଥିଲେ । ତାଙ୍କ ସ୍ୱାମୀ ରାମାନୁଜନ ଗୋସ୍ୱାମୀ ଜଣେ କ୍ୟାବ୍ ଚଲାନ୍ତି ।