Food
ରିଲିଫ ନାଁରେ ଅଳିଆ! ଫିମ୍ପି ପଡ଼ିଥିବା ପାଉଁରୁଟି, ପିତା ଚୁଡ଼ା ବଣ୍ଟନ ଅଭିଯୋଗ
Watch on:
▶️ YouTube
ରିଲିଫ ନାଁରେ ଅଳିଆ! ଫିମ୍ପି ପଡ଼ିଥିବା ପାଉଁରୁଟି, ପିତା ଚୁଡ଼ା ବଣ୍ଟନ ଅଭିଯୋଗ
ବାଲେଶ୍ୱର: ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ସାମଗ୍ରୀକୁ ନେଇ ଉଠିଛି ସଙ୍ଗିନ ଅଭିଯୋଗ। ନିରୀହ ଆଦିବାସୀ ପରିବାରଙ୍କୁ ଫିମ୍ପି ପଡ଼ିଥିବା ପାଉଁରୁଟି ଓ ପିତା ଚୁଡ଼ା ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆ ଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।
ଏଭଳି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ପୋ ପଞ୍ଚାୟତର ତାଳବଣିଆ ଅଞ୍ଚଳରୁ ଆସିଛି। ସୂଚନା ଅନୁସାରେ, ଗତ ଅଗଷ୍ଟ ୧୯ ତାରିଖରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ପରେ ଜଳେଶ୍ୱର ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଥିଲା।
ତେବେ ବନ୍ୟା ଛାଡ଼ିବାର ପ୍ରାୟ ୧୫ ଦିନ ପରେ ତାଳବଣିଆ ଅଞ୍ଚଳର ୩୦ରୁ ଅଧିକ ପରିବାରକୁ ରିଲିଫ ବଣ୍ଟନ କରାଯାଇଥିଲା। ରିଲିଫ ପ୍ୟାକେଟରେ ଚୁଡ଼ା, ଗୁଡ଼, ବିସ୍କୁଟ ଓ ପାଉଁରୁଟି ଥିବା କୁହାଯାଇଛି।
ହେଲେ ବଣ୍ଟନ କରାଯାଇଥିବା ପାଉଁରୁଟିରେ ଫିମ୍ପି ଲାଗିଥିବା ଏବଂ ଚୁଡ଼ା ପିତା ପଡ଼ିଥିବା ଅଭିଯୋଗ ହୋଇଛି। ଏଭଳି ନଷ୍ଟ ଖାଦ୍ୟ ସାମଗ୍ରୀ ବଣ୍ଟନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ରିଲିଫ ନାଁରେ ଗରିବ ଆଦିବାସୀ ପରିବାରଙ୍କୁ ନଷ୍ଟ ଖାଦ୍ୟ ସାମଗ୍ରୀ ଦିଆଯାଉଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି। ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ତେବେ ଏନେଇ ପ୍ରଶାସନ କିମ୍ବା ସମ୍ପୃକ୍ତ ରିଲିଫ ବଣ୍ଟନକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ