🔥 ट्रेंडिंग ୧୪ରେ ବଣ୍ଟାଯିବ ୨.୯୧ଲକ୍ଷ ଆବାସ ଘର, ବଲାଙ୍ଗ... NEET PG 2026 सीट मैट्रिक्स जारी: शीर्ष... टिकट कटने पर अनमोल गगन मान का बड़ा बया... ଭୂମିହୀନ କୃଷି ଶ୍ରମିକଙ୍କ ବାର୍ଷିକ ଆୟ ସୀମା... पंजाब चुनाव: AAP ने जारी की उम्मीदवारो... मनास रोबिन ने ज़ुबीन गार्ग के स्मरण दि...
13 नव. 2026•
ગુજરાતી मराठी ਪੰਜਾਬੀ বাংলা

NEED24 NEWS JHARSUGUDA -ODISHA

✍️ रिपोर्टर: Gajindra Munda 🗓 13 नव. 2026, 12:20 PM 👁 17
शेयर करें: 💬 WhatsApp 📘 Facebook 𝕏 Post

*1. ଛଠ୍ ପୂଜା ପାଇଁ ବଡ ବୈଠକ* *2. 5180 ଜଣଙ୍କୁ ମଧୁବାବୁ ପେନସନ୍**3. ବେଦାନ୍ତର ବିଦ୍ୟା ପ୍ରକଳ୍ପ*

__ଆଜିର ଝାରସୁଗୁଡା ଖବର - NEED24 NEWS__
__୧୩ ନଭେମ୍ବର ୨୦୨୬, ଶୁକ୍ରବାର__


*1. ଛଠ୍ ପୂଜା ପାଇଁ ବଡ ବୈଠକ*
ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ DMF ହଲ୍ ରେ ଜିଲ୍ଲାପାଳ କୁନାଲ ମୋତିରାମ ଚଭାନ୍ ଙ୍କ ଅଧ୍ୟକ୍ଷତାରେ ବୈଠକ। ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ। ଛଠ୍ ଘାଟ ସଫା, ପାଣି, ଆଲୁଅ, ପୋଲିସ୍ ବ୍ୟବସ୍ଥା ଉପରେ ଆଲୋଚନା।

*2. 5180 ଜଣଙ୍କୁ ମଧୁବାବୁ ପେନସନ୍*
ଗତକାଲି ବେହେରାମାଲ MCL ଅଡିଟୋରିୟମରେ ମନ୍ତ୍ରୀ ସୁରେଶ ପୂଜାରୀ Unified Pension Portal ଉଦ୍ଘାଟନ କଲେ। ଝାରସୁଗୁଡା ଜିଲ୍ଲାରେ 5180 ନୂଆ ହିତାଧିକାରୀ ଯୋଡ଼ି ହେଲେ। ମଞ୍ଚ ଉପରେ 1063 ଜଣଙ୍କୁ ଭତ୍ତା ବଣ୍ଟନ। ବ୍ରଜରାଜନଗରରେ ଆଉ 1310 ଜଣଙ୍କୁ ଭତ୍ତା + 14ଟି PM ଆବାସ କାର୍ଯ୍ୟାଦେଶ।

*3. ବେଦାନ୍ତର ବିଦ୍ୟା ପ୍ରକଳ୍ପ*
ଝାରସୁଗୁଡା ଓ ସୁନ୍ଦରଗଡ଼ର 1185 ଛାତ୍ରଛାତ୍ରୀଙ୍କୁ ପାଠ୍ୟ ବହି ବଣ୍ଟନ। ହେମଗିର, ଲଖନପୁର ବ୍ଲକର 7ଟି ସରକାରୀ ସ୍କୁଲର 551 ପିଲା ଲାଭବାନ।

*4. ରେଲ୍ ଫିଟିଂ ଚୋରି - ତଦନ୍ତ ଜାରି*
ଧୁତ୍ରା - ବାଗଡିହି ମଧ୍ୟରେ ହାୱଡା-ମୁମ୍ବାଇ ଲାଇନରେ 1 କିମିରୁ 157ଟି ପାଣ୍ଡ୍ରୋଲ୍ କ୍ଲିପ୍ ଓ ଫିସ୍ ପ୍ଲେଟ୍ ଚୋରି ଘଟଣାରେ RPF ତଦନ୍ତ କରୁଛି।

*5. ପାଣିପାଗ - ଝାରସୁଗୁଡା*
ଗତକାଲି ସର୍ବନିମ୍ନ ତାପମାତ୍ରା 14.2°C - ରାଜ୍ୟରେ ସବୁଠାରୁ ଥଣ୍ଡା। ଆଜି ଶୁଖିଲା ପାଗ, ବର୍ଷା ନାହିଁ। ଆଗାମୀ 7 ଦିନ ଶୁଖିଲା ରହିବ। ସକାଳେ କୁହୁଡ଼ି ହୋଇପାରେ।


_: NEED24 NEWS_
_ ଝାରସୁଗୁଡା ( ଓଡିଶା )_
📲Get App