🔥 TRENDING Pakistani Intruder Arrested Near Line... Oil India Partners with Arunachal Inst... అయ్యప్ప మహా పడిపూజ మహోత్సవానికి హాజరైన... J&K Tourism Highlights Year‑Round Attr... Oil India, Arunachal Pradesh Sign MoU... ಬಂಡೊಳ್ಳಿಯಲ್ಲಿ ವಾಲ್ಮೀಕಿ ಗುರುಪೀಠದ ಶಾಖಾ ಮ...
28 Nov 2026•
ગુજરાતી मराठी ਪੰਜਾਬੀ বাংলা

ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ପଞ୍ଚମ ଅନ୍ତଃମହାବିଦ୍ୟାଳୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଆରମ୍ଭ l

✍️ Reporter: Dulendra Kumar Meher 🗓 28 Nov 2026, 09:16 PM 👁 13
Share: 💬 WhatsApp 📘 Facebook 𝕏 Post
କଳାହାଣ୍ଡି :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିସରରେ ଥିବା ଇଣ୍ଡୋର୍ ଷ୍ଟାଡିୟମ୍‌ଠାରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷର ପଞ୍ଚମ ଆନ୍ତଃମହାବିଦ୍ୟାଳୟ (ପୁରୁଷ ଓ ମହିଳା) ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ, ଜୁନାଗଡ଼ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ଏଥିରେ ବିଶ୍ୱବିଦ୍ୟାଳୟ ଅଧୀନ ବିଭିନ୍ନ ମହାବିଦ୍ୟାଳୟର ପୁରୁଷ ଓ ମହିଳା ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି।ଉଦ୍‌ଘାଟନୀ ସମାରୋହରେ ଅତିଥି, ଅଧ୍ୟାପକ, ଛାତ୍ରଛାତ୍ରୀ ଓ ପ୍ରତିଯୋଗୀମାନଙ୍କ ଉପସ୍ଥିତିରେ ଦ୍ବୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଶ୍ରୀୟା ସୁଧା ଅଧିକାରୀ ଓ ଅମିତ କୁମାର ବାଗଙ୍କ ଦ୍ୱାରା ଉଦ୍‌ଘାଟନୀ ସଙ୍ଗୀତ ପରିବେଷଣ ହୋଇଥିବାବେଳେ ଜୁନାଗଡ଼ କଳା ବିକାଶ କେନ୍ଦ୍ର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କଲେଜର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ସମୀର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସାଗରିକା ଦାସ, ପ୍ରଶାସନିକ ଡ. ଜୟଦେବ ସାହୁ, ଉପନିବନ୍ଧକ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ଅନ୍ୟତମ ଅତିଥି ବହେ ଜୁନାଗଡ ମିଡିଆ କ୍ଲବ୍ ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି ଓ ସାମ୍ବାଦିକ ସ୍ୱସ୍ତଦୀପ ଆଦିତ୍ୟ ଯୋଗଦେଇଥିଲେ l କଲେଜ ଅଧ୍ୟକ୍ଷ ପ୍ରତାପ ବଲ୍ଲଭ ପାଣିଗ୍ରାହୀ ଅଧ୍ୟକ୍ଷୀୟ ଭାଷଣ ଦେଇଥିବାବେଳେ ଅଧ୍ୟାପକ ପ୍ରିୟବ୍ରତ ବାଣୁଆ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଟୁର୍ଣ୍ଣାମେଣ୍ଟର ଔପଚାରିକ ଶୁଭାରମ୍ଭ ଘୋଷଣା ପରେ ଜାତୀୟ ସଙ୍ଗୀତ ପରିବେଷଣ ଓ ମ୍ୟାଚ୍ ଆରମ୍ଭ ହୋଇଥିଲା।ଏହି ପ୍ରତିଯୋଗିତା ମାଧ୍ୟମରେ ବିଭିନ୍ନ ମହାବିଦ୍ୟାଳୟର ଖେଳାଳିମାନେ ନିଜ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ସହ ପରସ୍ପର ମଧ୍ୟରେ କ୍ରୀଡ଼ାଭାବ, ଶୃଙ୍ଖଳା ଓ ସହଯୋଗର ମନୋଭାବକୁ ସୁଦୃଢ଼ କରିବେ ବୋଲି ଆଶା ପ୍ରକାଶ ପାଇଛି।
📲Get App