🔥 TRENDING जेई और लाइनमैन की मिलीभगत का आरोप, चार... વંડા ગામમાં તાંબા‑પિત્તળ‑કાંસાના વાસણો... कोशी स्नातक निर्वाचन क्षेत्र से डॉ. एन... Maharashtra Politician Questions Fundi... Anant Ambani Delivers Keynote Speech a... જિયો પ્લેટફોર્મ્સનો શેર F1,358 પર લિસ્...
28 Oct 2026•
ગુજરાતી मराठी ਪੰਜਾਬੀ বাংলা

କଳାହାଣ୍ଡି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା "ଅର୍ଣ୍ଣବ "କୁ ନେଇ ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି l

✍️ Reporter: Dulendra Kumar Meher 🗓 28 Oct 2026, 09:58 AM 👁 20
Share: 💬 WhatsApp 📘 Facebook 𝕏 Post

ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ. ମହାଳିଙ୍ଗ ଙ୍କ ବିସ୍ତୃତ ସମୀକ୍ଷା l

କଳାହାଣ୍ଡି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା "ଅର୍ଣ୍ଣବ "କୁ ନେଇ ଜିଲ୍ଳା ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି l

କଳାହାଣ୍ଡି :-କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ. ମୁକେଶ ମହାଳିଙ୍ଗ ଯୋଗଦେଇ ଥିଲେ l ଜିଲ୍ଲାପାଳ ତଥା ସମସ୍ତ ଅଧିକାରୀଙ୍କ ସହ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ କୁ କିପରି ନିୟନ୍ତ୍ରିତ କରାଯାଇପାରିବ ବିସ୍ତୃତ ଆଲୋଚନା କରିଥିଲେ l ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଡ଼ଃ. ମହାଳିଙ୍ଗ ବିଶେଷଭାବେ ପ୍ରଭାବିତ ହେବାର ସମ୍ଭାବନା ଥିବା ଅଂଚଳରେ ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା,ଏବଂ ଜନସାଧାରଣଙ୍କ ଜରୁରୀ ସୁବିଧା ସୁଯୋଗ ନିମନ୍ତେ କରାଯାଇଥିବା ସମସ୍ତ ପଦକ୍ଷେପ ର ବିସ୍ତୃତ ସମୀକ୍ଷା କରିଥିଲେ l ପୁଣି ମନ୍ତ୍ରୀ ମହୋଦୟ ସମସ୍ତ ଜନସାଧାରଣଙ୍କୁ କୌଣସି ଗୁଜବ କଥାରେ ଭୟବିତ ନ ହେବପାଇଁ ଅନୁରୋଧ କରିଥିଲେ l ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ସମ୍ପୂର୍ଣ ସଜାଗ ରହିଛନ୍ତି ଏବଂ ଜନସାଧାରଣଙ୍କ ସୁରକ୍ଷା ଓ ସମସ୍ୟାର ସମାଧାନ ପାଇଁ ସଦା ତତ୍ପର ଅଛନ୍ତି ବୋଲି ପ୍ରକାଶ କରିଥିଲେ l ସମ୍ଭାବ୍ୟ ବାତ୍ୟା କୁ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିବା ଆମ ସରକାର ସମ୍ପୂର୍ଣ ପ୍ରସ୍ତୁତ ବୋଲି ମତବ୍ୟକ୍ତ କରିଥିଲେ l କଳାହାଣ୍ଡି ଜିଲ୍ଲାପାଳ ସମ୍ବେଦନଶୀଳ ଅଂଚଳରେ ବରିଷ୍ଠ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଥିବା କହିଥିଲେ l
📲Get App