🔥 ट्रेंडिंग उज्जैन के गंगानगर में वाहन खड़ा करने प... 18 ਨਵੰਬਰ ਨੂੰ ਪੰਜਾਬ ਆਉਣਗੇ ਨਿਤਿਨ ਨਬੀਨ! ਜ... ਕਮੇਟੀ ਦੇ ਸਭ ਮੈਂਬਰਾਂ ਨੇ ਪ੍ਰਧਾਨ ਨਾਲ ਸਲਾਹ... एशिया के सबसे बड़े स्थायी छठ घाट पर छठ... ਸਰਕਾਰੀ ਕਰਮਚਾਰੀ ਦੀ ਮੌਤ ''ਤੇ ਕਿਸਨੂੰ ਮਿਲੇ... ଭାରତୀୟ ସିନେମା ପାଇଁ ବଡ଼ ଖବର; ଓସ୍କାର ଦୌଡ଼ର...
14 नव. 2026•
ગુજરાતી मराठी ਪੰਜਾਬੀ বাংলা
देश

ରାଜଧାନୀର ୩୩ଟି ମନିଟରିଂ ଷ୍ଟେସନ୍‌ରେ ବାୟୁ ଗୁଣବତ୍ତା ସାଂଘାତିକ ସ୍ତରରେ; ଦିଲ୍ଲୀ IITରେ ସର୍ବାଧିକ ୪୮୮ AQI ରେକର୍ଡ, ଚାରିଆଡ ଧୂଆଁମୟ

✍️ रिपोर्टर: Deepak Mahapatra 🗓 14 नव. 2026, 03:50 PM 👁 25
शेयर करें: 💬 WhatsApp 📘 Facebook 𝕏 Post
ଦିଲ୍ଲୀରେ ଥମିବାର ନାଁ ନେଉନି ବାୟୁ ପ୍ରଦୂଷଣ। ଦିନକୁ ଦିନ ବିଗୁଡୁଛି ରାଜଧାନୀର ବାୟୁର ମାନ। ବିଷାକ୍ତ ବାୟୁ ଓ ଘନ ଧୂଆଁର ଚାଦର ତଳେ ଢାଙ୍କି ହୋଇଯାଇଛି ସମଗ୍ର ଦିଲ୍ଲୀ। ଶୁକ୍ରବାର ସକାଳେ ଏଠାକାର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରି ସାଂଘାତିକ ସ୍ତରରେ ପହଞ୍ଚିଛି। ଫଳରେ ସାଧାରଣ ଜୀବନଯାତ୍ରା ଉପରେ ପ୍ରଦୂଷଣର ଗମ୍ଭୀର ପ୍ରଭାବ ପଡ଼ିଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳ ୬ଟା ୫ ମିନିଟ୍‌ରେ ଦିଲ୍ଲୀର ହାରାହାରି AQI ୪୦୩ ରେକର୍ଡ କରାଯାଇଥିଲା। ସକାଳ ୮ଟା ଓ ୯ଟାରେ ମଧ୍ୟ ସ୍ଥିତିରେ ବିଶେଷ ସୁଧାର ଆସିନଥିଲା। ଘନ ଧୂଆଁ ଓ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇଛି।

CPCBର ୫୮ଟି ବାୟୁ ଗୁଣବତ୍ତା ମାପକ କେନ୍ଦ୍ର ମଧ୍ୟରୁ ୩୩ଟିରେ AQI ସାଂଘାତିକ ସ୍ତରରେ ରହିଥିଲା। ଦିଲ୍ଲୀ IIT ଅଞ୍ଚଳରେ ସର୍ବାଧିକ ୪୮୮ AQI ରେକର୍ଡ ହୋଇଥିବାବେଳେ ଚାନ୍ଦିନୀଚୌକରେ ୪୭୯ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ୍‌ରେ ୪୭୮ ରହିଥିଲା। ସେହିପରି ପୁସାରେ ୪୬୮, ବୁରାରି କ୍ରସିଂରେ ୪୫୬ ଏବଂ ITO ଓ JNU ଅଞ୍ଚଳରେ ୪୫୧ AQI ରେକର୍ଡ କରାଯାଇଛି।

ଅନ୍ୟପଟେ, ପ୍ରଦୂଷଣ ବୃଦ୍ଧି ପଛରେ ଏକାଧିକ କାରଣ ରହିଛି। ପବନର ବେଗ କମ୍ ରହିବା ଯୋଗୁଁ ପ୍ରଦୂଷିତ ବାୟୁ ବାୟୁମଣ୍ଡଳର ନିମ୍ନସ୍ତରରେ ଅଟକି ରହୁଛି। ଏଥିସହ ପଞ୍ଜାବ ଓ ହରିୟାଣାରେ ନଡ଼ାପୋଡ଼ି ମଧ୍ୟ ପ୍ରଦୂଷଣକୁ ଆହୁରି ବଢ଼ାଇଛି। ନାସାର ଉପଗ୍ରହ ତଥ୍ୟ ଅନୁସାରେ, ଅକ୍ଟୋବର ୧ରୁ ନଭେମ୍ବର ୧୨ ମଧ୍ୟରେ ପଞ୍ଜାବରେ ୩,୭୨୯ ଓ ହରିୟାଣାରେ ୩୭୮ଟି ନଡ଼ାପୋଡ଼ି ଘଟଣା ଚିହ୍ନଟ ହୋଇଛି।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନଭେମ୍ବର ୬ରୁ ଦିଲ୍ଲୀ-ଏନସିଆର୍‌ରେ GRAPର ତୃତୀୟ ପର୍ଯ୍ୟାୟ ଲାଗୁ ହୋଇଛି। ଏହା ଅନୁଯାୟୀ, ନିର୍ମାଣ ଓ ଭଙ୍ଗାଭଙ୍ଗି କାର୍ଯ୍ୟ ଉପରେ କଟକଣା ସହ ପଥର ଖଣି ଓ କ୍ରସର୍‌ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି।

AQI ୪୫୦ ଅତିକ୍ରମ କଲେ GRAPର ଚତୁର୍ଥ ପର୍ଯ୍ୟାୟ ଲାଗୁ ହେବ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ନିକଟ ଭବିଷ୍ୟତରେ ପ୍ରଦୂଷଣରୁ ମୁକ୍ତି ମିଳିବା ଆଶା କ୍ଷୀଣ। ତେଣୁ ଆଗାମୀ ଦିନରେ ମଧ୍ୟ ଦିଲ୍ଲୀବାସୀଙ୍କୁ ବିଷାକ୍ତ ବାୟୁର ସାମ୍ନା କରିବାକୁ ପଡ଼ିପାରେ।
📲Get App