🔥 TRENDING Supreme Court Declares Internet a Fund... Centre Initiates Process to Release ₹5... Punjab police bust illegal constructio... Bangalore Auto-Tech Startups Secure Ov... Jalandhar: Allegations of Brandishing... AI Chatbots: Experts Warn Against Shar...
24 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

୧୨ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହରିଲୁଟ୍ କରି ଗିରଫ ହେଲେ ପୂର୍ବତନ GRS ଓ ଗ୍ରାମସେବକ

✍️ Reporter: Deepak Mahapatra 🗓 24 Oct 2026, 02:46 PM 👁 11
Share: 💬 WhatsApp 📘 Facebook 𝕏 Post
କୋରାପୁଟ :ସରକାରୀ ପାଣ୍ଠି ଆତ୍ମସାତ୍ ମାମଲାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ବାନୁଆଗୁଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସହକାରୀ ଡାଟା ଏଣ୍ଟ୍ରି ଅପରେଟର (ADEO) ତଥା ପୂର୍ବତନ ଗ୍ରାମ ରୋଜଗାର ସେବକ (GRS) ଜି. ଶଙ୍କର ଏବଂ ବାନୁଆଗୁଡ଼ା ଗ୍ରାମ ପଞ୍ଚାୟତର ‘ଗ୍ରାମ ସେବକ ଲାଇଖାନା ନାୟକଙ୍କୁ ଗିରଫ କରିଛି। ୧୨ଲକ୍ଷ ୩୩ ହଜାର ୪୩୫ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ କରିଥିବା ଅଭିଯୋଗରେ ଏହି ଦୁଇଜଣଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଜୟପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି। ଗିରଫ ଅଭିଯୁକ୍ତମାନେ ସରକାରୀ ରେକର୍ଡରେ ଜାଲିଆତି କରି ଏବଂ ମିଛରେ ସରକାରୀ ଅନୁଦାନ ପ୍ରାପ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦିତ ହୋଇଥିବା ଦର୍ଶାଇ ଠକେଇ କରିଛନ୍ତି ବୋଲି ଅଭିଯୋଗ ରହିଛି।
ଏହି ଟଙ୍କା ଆତ୍ମସାତ୍ ଘଟଣାଟି କୋରାପୁଟ ଜିଲ୍ଲାର କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ବାନୁଆଗୁଡ଼ା ଗ୍ରାମ ପଞ୍ଚାୟତର ଚାରୋଟି ପ୍ରମୁଖ ପ୍ରକଳ୍ପ ସହ ଜଡ଼ିତ ରହିଛି । ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜି. ଶଙ୍କର ଏବଂ ଲାଇଖାନା ନାୟକଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା (କେସ୍ ନଂ- ୨୩, ତାରିଖ ୨୩.୧୦.୨୦୨୬) ରୁଜୁ କରାଯାଇଛି। ମାମଲାଟି ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୧୬(୫)/୩୩୬(୩)/୩୪୦(୨)/୩୪୪/୬୧(୨) ଅଧୀନରେ ପଞ୍ଜୀକୃତ ହୋଇଛି।
📲Get App