🔥 ट्रेंडिंग નવરંગપુરા પોલીસની કડક કાર્યવાહી, સ્ટંટ... बोगमालो बीच पर तटीय स्वच्छता अभियान, प... नागालैंड में 5 लाख मतदाताओं को SIR मैप... नागालैंड मंत्री काइतो ने नगा युवाओं से... सांसद मनोज तिवारी ने कहा, सत्ता में आन... डीटीसी बस चालकों की हड़ताल ने दिल्ली म...
21 सित. 2026
ગુજરાતી मराठी ਪੰਜਾਬੀ বাংলা
Fire safety inspections: ୧୫ରୁ ଅଗ୍ନି ସୁରକ୍ଷା ଯାଞ୍ଚ
स्थानीय

Fire safety inspections: ୧୫ରୁ ଅଗ୍ନି ସୁରକ୍ଷା ଯାଞ୍ଚ

✍️ रिपोर्टर: Deepak Mahapatra 🗓 07 सित. 2026, 05:02 PM 👁 35
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ରାଜ୍ୟରେ ଅଗ୍ନି ସୁରକ୍ଷା କଡ଼ାକଡ଼ି । ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏନେଇ ଚାଲିବ ସ୍ୱତନ୍ତ୍ର ଅଭିଯାନ । ରାଜ୍ୟରେ ଧନଜୀବନକୁ ସୁରକ୍ଷିତ ଏବଂ ଅଗ୍ନି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅଗ୍ନି ନିରାପତ୍ତା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି ।୨୦୧୭ ମସିହାରେ ପ୍ରଣିତ 'ଅଗ୍ନି ନିରାପତ୍ତା ଓ ଅଗ୍ନି ନିରାକରଣ ଆଇନ'କୁ ସମୟାନୁସାରେ ୨୦୧୯ ଏବଂ ୨୦୨୫ ମସିହାରେ ସଂଶୋଧନ କରାଯାଇଛି। ଏହି କ୍ରମରେ ପ୍ରଥମ ଥର ପାଇଁ ୨୦୨୫ ମସିହାରେ ରାଜ୍ୟରେ 'ଥାର୍ଡ ପାର୍ଟି ଲାଇସେନ୍ସିଂ ଏଜେନ୍ସି' ବ୍ୟବସ୍ଥାର ପ୍ରଚଳନ କରାଯାଇଛି ।
ଯାହାଫଳରେ ଏନ୍‌ପାନେଲମେଣ୍ଟ ହୋଇଥିବା ଏଜେନ୍ସିଗୁଡ଼ିକ ବିଭିନ୍ନ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ଯାଞ୍ଚ କରି ପୋର୍ଟାଲରେ ଅପଲୋଡ୍ କରୁଛନ୍ତି।ନିକଟ ଅତୀତରେ ବିଭିନ୍ନ ସ୍ଥାନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି, ଅଗ୍ନି ସୁରକ୍ଷା ପ୍ରମାଣପତ୍ର (Fire Safety Certificate) ବିନା କାର୍ଯ୍ୟରତ ଶିଳ୍ପ ପ୍ରତିଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଚିକିତ୍ସାଳୟଗୁଡ଼ିକୁ ଚିହ୍ନଟ କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଏକ ବ୍ୟାପକ ଅଭିଯାନ ଆରମ୍ଭ ହେବ।
📲Get App