🔥 TRENDING বাগনানের পুজো দেখার জমজমাটি ভিড় बड़ौत में खिदमत फाउंडेशन द्वारा तीसरे... ಡಿ.ಎಂ. ಮಕನದಾರ ಅವರಿಗೆ ಅಂತರರಾಷ್ಟ್ರೀಯ ಮಾನ... मुख्य चुनाव आयुक्त के इस्तीफे की मांग:... आज वोट चोरी के खिलाफ कच्छ मे तीसरा आंद... Students from Ludhiana’s Guru Nanak Pu...
16 Oct 2026•
ગુજરાતી मराठी ਪੰਜਾਬੀ বাংলা
ED Raid ଓଡ଼ିଶା ପୁଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ପଛରେ କର୍ପୋରେଟ ଷଡ଼ଯନ୍ତ୍ର: ଇଡି ଚଢ଼ାଉରୁ ଖୋଲିଲା କୋଟିକୋଟି କଳାଟଙ୍କାର ଗୁମର
Jobs & Career

ED Raid ଓଡ଼ିଶା ପୁଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ପଛରେ କର୍ପୋରେଟ ଷଡ଼ଯନ୍ତ୍ର: ଇଡି ଚଢ଼ାଉରୁ ଖୋଲିଲା କୋଟିକୋଟି କଳାଟଙ୍କାର ଗୁମର

✍️ Reporter: Deepak Mahapatra 🗓 16 Oct 2026, 01:26 PM 👁 13
Share: 💬 WhatsApp 📘 Facebook 𝕏 Post
ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା କମ୍ପାନୀ ମେସର୍ସ ସିଲିକନ ଟେକଲାବ ପ୍ରାଇଭେଟ ଲିମିଟେଡର ମାଲିକାନାକୁ ଗୋପନରେ ଅଧିଗ୍ରହଣ କରାଯିବା, ପୁରୁଣା ନିର୍ଦ୍ଦେଶକଙ୍କୁ ଆଗରେ ରଖି ବେଆଇନ କାରବାର ଚଳାଇବା ଓ କୋଟିକୋଟି ଟଙ୍କାର କଳାଧନର ଲଣ୍ଡ୍ରିଂ କରିବାର ବଡ଼ଧରଣର ଚକ୍ରାନ୍ତ ଉପରୁ ଇଡ଼ି ପରଦା ହଟାଇଛି।ବହୁଚର୍ଚ୍ଚିତ ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଏବେ ବଡ଼ଧରଣର କର୍ପୋରେଟ ଷଡ଼ଯନ୍ତ୍ର ପଦାକୁ ଆସିଛି। ପୁଲିସ ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା କେବଳ କିଛି ଦଲାଲଙ୍କ କାରନାମା ନଥିଲା, ବରଂ ଏହା ପଛରେ ସୁଚିନ୍ତିତ କର୍ପୋରେଟ୍ ଷଡ଼ଯନ୍ତ୍ର ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜାରି ପ୍ରେସ ରିଲିଜରୁ ସ୍ପଷ୍ଟ ହୋଇଛି।
ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା କମ୍ପାନୀ ମେସର୍ସ ସିଲିକନ ଟେକଲାବ ପ୍ରାଇଭେଟ ଲିମିଟେଡର ମାଲିକାନାକୁ ଗୋପନରେ ଅଧିଗ୍ରହଣ କରାଯିବା, ପୁରୁଣା ନିର୍ଦ୍ଦେଶକଙ୍କୁ ଆଗରେ ରଖି ବେଆଇନ କାରବାର ଚଳାଇବା ଓ କୋଟିକୋଟି ଟଙ୍କାର କଳାଧନର ଲଣ୍ଡ୍ରିଂ କରିବାର ବଡ଼ଧରଣର ଚକ୍ରାନ୍ତ ଉପରୁ ଇଡ଼ି ପରଦା ହଟାଇଛି।
ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଦ୍ୱାରା ଅପରାଧିକ ଦିଗର ତଦନ୍ତ ଚାଲିଥିବାବେଳେ ଏହି ଦୁର୍ନୀତିର ଚେର କେତେ ଗଭୀର ଓ କେଉଁଭଳି ଭାବେ କୋଟିକୋଟି ଟଙ୍କାର କଳାଧନକୁ ଧଳା କରାଯାଉଥିଲା, ତାହାର ଖୋଳତାଡ଼ କରିବାକୁ ପିଏମଏଲଏ -୨୦୦୨ ଆଇନ ବଳରେ ମଇଦାନକୁ ଓହ୍ଲାଇଛି। ମନିଲଣ୍ଡ୍ରିଂ କାରବାରର ପର୍ଦ୍ଦାଫାସ ପାଇଁ ଭୁବନେଶ୍ୱର ଜୋନାଲ ଅଫିସ (ଇଡି) ପକ୍ଷରୁ ଚଳିତମାସ ୯, ୧୦ ଓ ୧୨ ତାରିଖରେ ଓଡ଼ିଶା ଓ ପଶ୍ଚିମବଙ୍ଗର ୧୨ଟି ପ୍ରମୁଖ ଠିକଣାରେ ଏକକାଳୀନ ମାରାଥନ ଚଢ଼ାଉ କରିଥିଲା। ଏହି ଚଢ଼ାଉବେଳେ ସିଲିକନ ଟେକଲାବ୍ ପ୍ରାଇଭେଟ ଲିମିଟେଡ, ପାଂଚସଫ୍ଟ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ, ପିଏସଆଇଏଲ ଇଣ୍ଟରନ୍ୟାସନାଲ ଲିମିଟେଡ ଓ ସେମାନଙ୍କ ନିର୍ଦ୍ଦେଶକ ତଥା ସହଯୋଗୀଙ୍କ ବାସଭବନ ଓ କାର୍ଯ୍ୟାଳୟରୁ ବହୁ ଆପତ୍ତିଜନକ କାଗଜପତ୍ର, ଡିଜିଟାଲ ଉପକରଣ ଓ ଗୁରୁତ୍ୱପୂର୍ଣ୍ଣ ଆର୍ôଥକ ଦଲିଲ ଜବତ ହୋଇଥିବା ଜଣାପଡ଼ିଛି।
ଇଡିର ଖୋଳତାଡ଼ରୁ ଏହି ଦୁର୍ନୀତି ଭିତରେ ଥିବା କମ୍ପାନୀ ଅଧିଗ୍ରହଣର ଏକ ସାଂଘାତିକ ଚକ୍ରାନ୍ତ ପଦାକୁ ଆସିଛି, ଯାହା ତଦନ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ( OPRB) ଏହି ଏସଆଇ ପରୀକ୍ଷା ପରିଚାଳନା ଦାୟିତ୍ୱ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଟିଆଇ ଲିମିଟେଡକୁ ପ୍ରଦାନ କରିଥିଲା ଓ ଆଇଟିଆଇ ଏହି କାର୍ଯ୍ୟ ଭୁବନେଶ୍ୱରସ୍ଥିତ ସିଲିକନ ଟେକଲାବ ପ୍ରାଇଭେଟ ଲିମିଟେଡକୁ ହସ୍ତାନ୍ତର କରିଥିଲା। ତେବେ ସିଲିକନ୍ ଟେକଲାବ କମ୍ପାନୀକୁ ଅଧିଗ୍ରହଣ ଓ ପରିଚାଳନାର ନିୟନ୍ତ୍ରଣ ଆଢୁଆଳରେ ଏହି ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ସାଂଘାତିକ କର୍ପୋରେଟ ଷଡ଼ଯନ୍ତ୍ର ହୋଇଥିବାର ତଥ୍ୟ ପଦାକୁ ଆସିଛି।
ଇଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୨୩ ଅଗଷ୍ଟ ୫ ତାରିଖରେ ଏକ ଶେୟାର କ୍ରୟ ଚୁକ୍ତିନାମା ଆଳରେ ମେସର୍ସ ପିଏସଆଇଏଲ ଇଣ୍ଟରନ୍ୟାସନାଲ ଲିମିଟେଡ (ପଟ୍ଟନାୟକ ଷ୍ଟିଲ ଇଣ୍ଟରନ୍ୟାସନାଲ ଲିମିଟେଡ) ଓ ଏହାର ନିର୍ଦ୍ଦେଶକ ସମୀର ରଥ ଓ ତାଙ୍କ ପତ୍ନୀ ଶାଶ୍ୱତୀ ମିଶ୍ର ସିଲିକନ ଟେକଲାବର ଅଧିକାଂଶ ଅଂଶଧନ ସହ ପରିଚାଳନା ନିୟନ୍ତ୍ରଣ ହାତେଇ ନେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଉଭୟ କମ୍ପାନୀ ଏହି ଚୁକ୍ତିନାମାକୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ରେଜିଷ୍ଟ୍ରାର ଅଫ୍ କମ୍ପାନୀଜ (ଆରଓସି) ନିକଟରେ ଦାଖଲ ନକରି ସମ୍ପୂର୍ଣ୍ଣ ଗୋପନ ରଖିଥିଲେ।
ଏହି ଗୋପନ ଅଧିଗ୍ରହଣ ସତ୍ତ୍ୱେ ସିଲିକନ ଟେକଲାବର ପୂର୍ବତନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ କମ୍ପାନୀର ବୈଧ ଅଧିକାର ବିନା ଆଇଟିଆଇ ସହିତ ଏସଆଇ ପରୀକ୍ଷା ପରିଚାଳନା ବାବଦରେ ସମସ୍ତ ପତ୍ରାଳାପ କରୁଥିଲେ। ସୁରେଶ ନାୟକଙ୍କ ଏହି ଅନଧିକୃତ କାର୍ଯ୍ୟକଳାପ ସମ୍ପର୍କରେ ନୂଆ ମାଲିକ ସମୀର ରଥ କିମ୍ବା ଶାଶ୍ୱତୀ ମିଶ୍ର ଜାଣି ମଧ୍ୟ ଆଇଟିଆଇକୁ କୌଣସି ସୂଚନା ଦେଇ ନଥିଲେ। ଫଳରେ ସୁରେଶ ନାୟକ ଅତି ସହଜରେ ଓ ସମ୍ପୂର୍ଣ୍ଣ ବେଆଇନ ଭାବେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପ୍ରଶ୍ନପତ୍ର ହାସଲ କରିବାକୁ ସକ୍ଷମ ହୋଇଥିଲେ। ତା’ପରେ ସେ ଆଇଟିଆଇର ବିନା ଅନୁମତିରେ ପାଂଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିଙ୍କ ସହ ମିଶି ପରୀକ୍ଷାର୍ଥୀଙ୍କ ସମ୍ବେଦନଶୀଳ ଡାଟା ହସ୍ତାନ୍ତର କରିଥିଲେ । ଆଉ ଇଡି ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଏସଆଇ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ହିଁ ଶଙ୍କର ପୃଷ୍ଟି ଓ ସିଲିକନ ଟେକଲାବ ମଧ୍ୟରେ ଅନେକ ଆର୍ôଥକ କାରବାର ହୋଇଥିଲା, ଯାହା ପ୍ରଶ୍ନପତ୍ର ଲିକର ପୂର୍ବ ଯୋଜନାବଦ୍ଧ ଆର୍ôଥକ ଷଡ଼ଯନ୍ତ୍ରକୁ ସ୍ପଷ୍ଟ କରୁଛି।
ଇଡିର କହିବାନୁସାରେ, କେବଳ ଏହି କମ୍ପାନୀଗୁଡ଼ିକ ନୁହଁନ୍ତି ବରଂ ଓପିଆରବି ଓ ଅନ୍ୟାନ୍ୟ କେତେକ ବାହ୍ୟସଂସ୍ଥାର କର୍ମକର୍ତ୍ତା ମଧ୍ୟ ଏହି ସମଗ୍ର ପରୀକ୍ଷା ଅନିୟମିତତା ପ୍ରକ୍ରିୟା ସହିତ ଓତପ୍ରୋତ ଭାବେ ଜଡ଼ିତ ରହିଛନ୍ତି। ଯେଉଁମାନେକି ଏପର୍ଯ୍ୟନ୍ତ କୌଣସି ତଦନ୍ତକାରୀ ସଂସ୍ଥାର ନଜରକୁ ଆସିନାହାନ୍ତି। କମ୍ପାନୀ ଅଧିଗ୍ରହଣକୁ ଏକ କବଚ ଭାବେ ବ୍ୟବହାର କରି ଯୋଜନାବଦ୍ଧ ଭାବେ ପ୍ରଶ୍ନପତ୍ର ବିକ୍ରି କରାଯାଇଛି ଓ ପରୀକ୍ଷାର୍ଥୀଙ୍କଠାରୁ ବିପୁଳ ପରିମାଣର ନଗଦ ଅର୍ଥ ସଂଗ୍ରହ କରି ଅପରାଧିକ ରାଜସ୍ୱକୁ ପ୍ରୋତ୍ସାହିତ କରାଯାଇଛି। ଏହି କଳାଧନ କେଉଁ ସମ୍ପତ୍ତି କିଣାରେ ବିନିଯୋଗ ହୋଇଛି ଓ ଏସବୁ ମନି ଲଣ୍ଡ୍ରିଂ ସିଣ୍ଡିକେଟ୍ ପଛରେ ଅନ୍ୟ ମୁଖ୍ୟ ଖଳନାୟକମାନେ କିଏ ସେମାନଙ୍କୁ ଧରିବା ପାଇଁ ଇଡି ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।
ଇଡ଼ି ପ୍ରେସ ରିଲିଜରେ କୁହାଯାଇଛି ଯେ, ୨୦୨୫ ଅକ୍ଟୋବର ମାସରେ ଓଡ଼ିଶା ପୁଲିସ ଦ୍ୱାରା ଦାଏର ଏଫଆଇଆର ପରେ ପରୀକ୍ଷା ନିଯୁକ୍ତି(Odisha Police SI Exam Scam) ଦୁର୍ନୀତିର ପର୍ଦ୍ଦାଫାଶ ହୋଇଥିଲା। ୨୦୨୫ ସେପ୍ଟେମ୍ବର ୩୦ତାରିଖରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁରମ ନିକଟରେ ପୁଲିସ ୩ଟି ବସକୁ ଅଟକାଇ ସେଥିରେ ଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଧରିବା ପରେ ଏହି ସଂଗଠିତ ରାକେଟର ଖୁଲାସା ହୋଇଥିଲା। ସେହିବର୍ଷ ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇବା ପାଇଁ ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ୧୫ରୁ ୩୦ ଲକ୍ଷ ଟଙ୍କା ଲେଖାଏଁ ନଗଦ ଦାବି କରାଯାଇଥିଲା ଓ ଗ୍ୟାରେଣ୍ଟି ଆଳରେ ସେମାନଙ୍କ ଅସଲ ଶିକ୍ଷାଗତ ପ୍ରମାଣପତ୍ରକୁ ବଳପୂର୍ବକ ରଖାଯାଇଥିଲା। ଏହି ମାମଲା ଏବେ ସିବିଆଇର ତଦନ୍ତାଧୀନ ରହିଥିବାବେଳେ ରାଜ୍ୟ ସରକାର ୯୩୩ଟି ପୁଲିସ ଏସଆଇ ପଦବୀ ପାଇଁ ପୁଣିଥରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି।
📲Get App