🔥 ट्रेंडिंग टीएनएमसी ने तेलंगाना में डॉक्टरों व नि... तेलंगाना के ₹1,286 करोड़ के रोड प्रोजे... जगतसिंघपुर में फायरक्रैकर विस्फोट से ए... एयर इंडिया और इंडीगो ने हमले के बाद रि... ओडिशा ने ओबीसी कोटा पहल के लिए नई आयोग... सुप्रीम कोर्ट जस्टिस शील नागू ने पंजाब...
09 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
अपराध

CBI ପଞ୍ଝାରେ ଏକଲବ୍ୟ ସ୍କୁଲ୍‌ ପ୍ରିନ୍ସପାଲ୍

✍️ रिपोर्टर: Deepak Mahapatra 🗓 09 अक्टू. 2026, 12:48 PM 👁 26
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ନୂଆପଡ଼ା ଏକଲବ୍ୟ ମଡେଲ ରେସିଡେନ୍‌ସିଆଲ ସ୍କୁଲ୍‌ ପ୍ରିନ୍ସପାଲ ଲାଞ୍ଚ ନେଇ ଗିରଫ । ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସ୍କୁଲ୍‌ ପ୍ରିନ୍ସପାଲ୍‌ ସି. କ୍ରିଷ୍ଣାମୂର୍ତ୍ତି ନାଇଡୁଙ୍କୁ ଧରିଲା CBI ଟିମ୍‌ । ଜଣେ ANMଙ୍କ କାର୍ଯ୍ୟକାଳ ବୃଦ୍ଧି ସୁପାରିସ ପାଇଁ ସେ ଲାଞ୍ଚ ନେଉଥିଲେ ।
ଅଧ୍ୟକ୍ଷ ସି. କୃଷ୍ଣ ମୂର୍ତ୍ତି ନାଏଡୁ ବିଦ୍ୟାଳୟରେ ଅକ୍ଷିଲାରୀ ନର୍ସ ମିଡ୍‌ୱାଇଫ୍ (ANM) ଭାବରେ କାର୍ଯ୍ୟରତ ଅଭିଯୋଗକାରିଣୀଙ୍କ ଚାକିରି ଅବଧି ବୃଦ୍ଧି ପାଇଁ ସୁପାରିଶ କରିବା ନିମନ୍ତେ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରିଣୀ ଜଣକ ସେମିତି ଟଙ୍କା ଦେବାରେ ଅସମର୍ଥ କହିବା ପରେ ଅଧ୍ୟକ୍ଷଜଣକ ୧୨,୦୦୦ ଟଙ୍କାରେ ରାଜି ହୋଇଥିଲେ। ଆଉ ସେହିଦିନ ହିଁ ଅଭିଯୋଗକାରିଣୀ ସିବିଆଇକୁ ସବୁ କଥା କହିଥିଲେ ।
ଏହା ପରେ ସିବିଆଇ ଏକ ଯୋଜନାବଦ୍ଧ ଜାଲ ବିଛାଇ ଅଧ୍ୟକ୍ଷ ସି. କୃଷ୍ଣ ମୂର୍ତ୍ତି ନାଏଡୁଙ୍କୁ ଅଭିଯୋଗକାରିଣୀଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲା । ଏନେଇ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ସିବିଆଇ ପକ୍ଷରୁ ଗତ ଅକ୍ଟୋବର ୭, ୨୦୨୬ରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିବାବେଳେ ବର୍ତ୍ତମାନ ଏହାର ଅଧିକ ତଦନ୍ତ ଜାରି ରହିଛି।
📲Get App