🔥 TRENDING Sikkim CM says adventure sports can pu... Insurgent Activity Persists in Changla... Arunachal Police Sub‑Inspector Arreste... Arunachal Pradesh Forest Officer Launc... Wani Calls for All Pensioners to Be Co... અંકલેશ્વર હાઈવે-48 પર SMCની મોટી કાર્ય...
11 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

🚨 BIG BREAKING NEWS | ନୀଳଗିରି କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ବଡ଼ ଚଢ଼ଉ! ୬ ଶିକାରୀ ଗିରଫ, ୫ଟି ଦେଶୀ ବନ୍ଧୁକ ଜବତ

✍️ Reporter: PRADIPTA PATRA 🗓 11 Oct 2026, 03:05 PM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

🚨 BIG BREAKING NEWS | ନୀଳଗିରି କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ବଡ଼ ଚଢ଼ଉ! ୬ ଶିକାରୀ ଗିରଫ, ୫ଟି ଦେଶୀ ବନ୍ଧୁକ ଜବତ

ନୀଳଗିରି, ବାଲେଶ୍ୱର: କୁଲଡିହା ଅଭୟାରଣ୍ୟରେ ବେଆଇନ ଶିକାର ରୋକିବାକୁ ବନ ବିଭାଗର ଜୋରଦାର ଅଭିଯାନ। ଏହି ଅଭିଯାନରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ଟି ହାତ ତିଆରି ବନ୍ଧୁକ ସମେତ ବାରୁଦ, ଲୁହା ଗୁଳି, ଧନୁ ଓ ତୀର ଜବତ କରାଯାଇଛି।

ସୂଚନା ଅନୁସାରେ, ଔପଦା ସେକ୍ସନର ବେତେଇ ବିଟ୍ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଶନିବାର ସନ୍ଧ୍ୟା ପ୍ରାୟ ୫ଟାରେ କବାଟଘାଇ ଗାଁ ନିକଟରୁ ଭୂୟାଁ ସିଂ (୩୦) ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲା। ତାଙ୍କ ନିକଟରୁ ୧୦୦ ଗ୍ରାମ କଳା ବାରୁଦ ଓ ୩୦ଟି ଲୁହା ଗୁଳି ଜବତ ହୋଇଥିଲା।

ପରେ ଡିଏଫଓଙ୍କ ନିର୍ଦ୍ଦେଶରେ ସୋର ୱାଇଲ୍ଡଲାଇଫ୍ ରେଞ୍ଜ ଓ କୁଲଡିହା ରେଞ୍ଜର ମିଳିତ ଟିମ୍ ଶନିବାର ରାତି ପ୍ରାୟ ୧୧ଟା ୩୦ରେ ଚଢ଼ଉ କରି ଅନ୍ୟ ୫ ଜଣଙ୍କୁ ଧରିଥିଲା।

ଚଢ଼ଉ ସମୟରେ ଲକ୍ଷ୍ମଣ ସିଂଙ୍କଠାରୁ ଗୋଟିଏ ବନ୍ଧୁକ, ୨୩୦ ଗ୍ରାମ କଳା ବାରୁଦ, ୭୦ ଗ୍ରାମ ଧଳା ବାରୁଦ ଓ ୫୦ଟି ଲୁହା ଗୁଳି ଜବତ ହୋଇଥିଲା। ଜଟିଆ ସିଂଙ୍କଠାରୁ ଗୋଟିଏ ବନ୍ଧୁକ ଏବଂ ଜାଙ୍ଘରାଇ ସିଂଙ୍କଠାରୁ ଗୋଟିଏ ବନ୍ଧୁକ ସହ ଗୋଟିଏ ଧନୁ ଓ ୩ଟି ତୀର ଜବତ କରାଯାଇଥିଲା।

ସେହିପରି ଗୋପାଳ ସିଂଙ୍କଠାରୁ ୧୩ ସେଟ୍ ଫାନ୍ଦ ବନ୍ଧୁକ ଏବଂ ବିରା ଜାରକାଙ୍କଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଥିବା ଜଣାପଡ଼ିଛି।

ଏହି ଚଢ଼ଉରେ ସୋର ରେଞ୍ଜ ଅଫିସର ଭାଗ୍ୟଶ୍ରୀ ଦାସ, କୁଲଡିହା ଭାରପ୍ରାପ୍ତ ରେଞ୍ଜର ସୌମ୍ୟରଞ୍ଜନ ମାଝୀଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

ବର୍ତ୍ତମାନ ଗିରଫ ୬ ଜଣଙ୍କ ବିରୋଧରେ ତଦନ୍ତ ଜାରି ରହିଛି। କୁଲଡିହା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ବେଆଇନ ଶିକାର ରୋକିବା ଦିଗରେ ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

ରିପୋର୍ଟ: ପ୍ରଦୀପ୍ତ ପାତ୍ର | ଓଡ଼ିଶା, ବାଲେଶ୍ୱର
📲Get App