🔥 ट्रेंडिंग જામનગરમાં બાયોમેડિકલ વેસ્ટ જાહેરમાં ફે... शाही माजरा में कूड़े की आग, पुलिस ने म... जमशेदपुर में 17-18 अक्टूबर को होगा गरब... मोहाली के शाही माजरा में कूड़े की आग स... इंडिया गठबंधन मार्च में हरियाणा के 500... बिहार के गोपालगंज में नहर की पटरी पर अ...
12 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

BDOଙ୍କ ପାଖକୁ ଚାଲି ଚାଲି ଗଲେ ଶତାଧିକ ଛାତ୍ରଛାତ୍ରୀ

✍️ रिपोर्टर: Deepak Mahapatra 🗓 12 अक्टू. 2026, 12:10 PM 👁 19
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ପ୍ରଧାନ ଶିକ୍ଷକଙ୍କ ନାରେ ଅଭିଯୋଗ କରିବାକୁ BDOଙ୍କ ପାଖକୁ ଚାଲି ଚାଲି ଗଲେ ଶହ ଶହ ଛାତ୍ରଛାତ୍ରୀ । ସ୍କୁଲରେ ଉପଯୁକ୍ତ ଖାଦ୍ୟ, ୟୁନିଫର୍ମ ମିଳୁନଥିବା ନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ଶ୍ୟାମସୁନ୍ଦରପୁର ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ।
ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଠିକ ଭାବରେ ଖାଦ୍ୟ ଦିଆଯାଉନଥିଲା । ଏପରିକି ୟୁନିଫର୍ମ ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳୁନଥିବା ନେଇ ସେମାନେ ଅଭିଯୋଗ କରିଆସୁଥିଲେ । ତାଙ୍କ ଅଭିଯୋଗ କେହି ନଶୁଣିବାରୁ ସେମାନେ ପ୍ରଧାନଶିକ୍ଷକଙ୍କ ନିକଟକୁ ଯାଇଥିଲେ । କିନ୍ତୁ ଅଭିଯୋଗ ଶୁଣିବା ପରେ ପ୍ରଧାନଶିକ୍ଷକ ତାଙ୍କ ଉପରକୁ ଗାଳିଗୁଲଜ କରିବା ସହ ସେମାନଙ୍କ ସହ ଦୁବ୍ୟବହାର କରିଥିଲେ । ଏଥିରେ ସେମାନେ ରାଗିଯାଇ ପ୍ରଧାନ ଶିକ୍ଷକଙ୍କ ନାରେ ଅଭିଯୋଗ କରିବାକୁ BDOଙ୍କ ପାଖକୁ ଚାଲି ଚାଲି ବାହାରିଛନ୍ତି ଶହ ଶହ ଛାତ୍ରଛାତ୍ରୀ ।
ପାଖାପାଖି ଚାରି କିଲୋମିଟର ବାଟ ଚାଲି ଚାଲି ଆସୁଥିବା ବେଳେ ପୁଲିସ ଆଉ ସ୍କୁଲ କର୍ତ୍ତୃପକ୍ଷଙ୍କ ସେମାନଙ୍କୁ ବୁଝାଇବାକୁ ଅନେକ ଥର ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କର ଗୋଟିଏ ହିଁ ଜିଦ ଆମେ ବିଡ଼ିଓଙ୍କୁ ଦେଖାକରି ଅଭିଯୋଗ କରିବୁ ।
📲Get App