🔥 TRENDING ब्रेकिंग न्यूज़! चारामा के बड़ेगौरी से... CTM ડબલ ડેકર ઓવરબ્રિજ પર 30 વર્ષીય યુવ... BRS Calls for ED Investigation into Te... Telangana consumers to bear additional... Odisha DGP Reviews Law‑and‑Order Ahead... Kanak News Odisha Airs 45th 8PM Bullet...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
ଗିରଫ ହେଲେ ପୂର୍ତ୍ତ ବିଭାଗ AEE ଅରବିନ୍ଦ ମହାନ୍ତି
Crime

ଗିରଫ ହେଲେ ପୂର୍ତ୍ତ ବିଭାଗ AEE ଅରବିନ୍ଦ ମହାନ୍ତି

✍️ Reporter: Deepak Mahapatra 🗓 06 Oct 2026, 02:44 PM 👁 17
Share: 💬 WhatsApp 📘 Facebook 𝕏 Post
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ ଆଣ୍ଡ୍‌ ବି ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି ଗିରଫ ହୋଇଛନ୍ତି। ଅରବିନ୍ଦ ମହାନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ଆର୍‌ ଆଣ୍ଡ୍‌ ବି ଡିଭିଜନ୍ ଅଧୀନ ବେତନଟୀ ସବ୍‌ଡିଭିଜନ୍‌ର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଆଜି ତାଙ୍କୁ ବାରିପଦା ଭିଜିଲାନ୍ସ ସ୍ପେଶାଲ୍ ଜଜ୍‌ଙ୍କ କୋର୍ଟରେ ହାଜର କରାଯିବ।ଭିଜିଲାନ୍ସ ପକ୍ଷରୁ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ାଉ ଓ ତଲାସୀ ବେଳେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ତାଙ୍କ ନାମରେ ୨ଟି ବହୁତଳ କୋଠା, ୫ ଏକର ପରିମିତ ଅଞ୍ଚଳରେ ଏକ ଫାର୍ମ ହାଉସ୍, ୨୩ଟି ମୂଲ୍ୟବାନ ପ୍ଲଟ୍, ପ୍ରାୟ ୩୦୦ ଗ୍ରାମ୍ ସୁନା, ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ନଗଦ, ୬୯ ଲକ୍ଷ ୬୯ ହଜାର ଟଙ୍କାର ଜମା ରାଶି ଏବଂ ଗୋଟିଏ ଚାରିଚକିଆ ଗାଡ଼ି ଥିବା ଜଣାପଡ଼ିଛି ।

ସେପଟେ ଆଜି ଭୁବନେଶ୍ୱର ବାଲିଅନ୍ତାସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ତଲାସୀ ବେଳେ ଆଉ ୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ଠାବ କରିଛି। ଫଳରେ ମୋଟ ନଗଦ ଟଙ୍କାର ପରିମାଣ ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ହୋଇଛି । ଏତେ ପରିମାଣର ସମ୍ପତ୍ତିର ସନ୍ତୋଷଜନକ ହିସାବ କିମ୍ବା ଉତ୍ସ ଅରବିନ୍ଦ ମହାନ୍ତି ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୫/୨୦୨୬ ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅଧୀନରେ ଏହି ମାମଲା ରୁଜୁ କରାଯାଇଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ତାଙ୍କର ଘରେ ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବାଲେଶ୍ୱର ଅଙ୍ଗାରଗଡିଆ ସ୍ଥିତ ବାସଭବନ ସମେତ ୧୦ ସ୍ଥାନରେ ଚଢାଉ ହୋଇଥିଲା । ଖୋର୍ଦ୍ଧା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଳାର ବିଭିନ୍ନ ସ୍ଥାନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲା । ବାଲେଶ୍ଵର ଭିଜିଲାନ୍ସ ୟୁନିଟ ପକ୍ଷରୁ ଏହି ଚଢାଉ କରାଯାଇଥିଲା ।
ଅନ୍ୟପକ୍ଷରେ ସପ୍ତାହେ ତଳେ ତାଙ୍କର ପଦୋନ୍ନତି ହୋଇଥିଲା। ତାପରେ ସହକାରୀ ଯନ୍ତ୍ରୀରୁ ସେ ନିର୍ବାହୀ ଯନ୍ତ୍ରୀ ହୋଇଥିଲେ। ସପ୍ତାହେ ପରେ ଆଜି ପୁଣି ତାଙ୍କର ଭାଗ୍ୟ ବଦଳିଗଲା। ବେତନଟୀ ରାସ୍ତା ଓ ଗୃହ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବାଲେଶ୍ଵର ଅଙ୍ଗାର ଗଡ଼ିଆସ୍ଥିତ ବାସଭବନରେ ଚାଲିଛି ଭିଜିଲାନ୍ସ ରେଡ୍। ପାଖାପାଖି ଏପର୍ଯ୍ୟନ୍ତ ୨ ଲକ୍ଷ୍ କ୍ୟାସ ସହ ଅନେକ ସୁନା ଗହଣା ଜବତ କରିଛି ଭିଜିଲାନ୍ସ ।
📲Get App