यात्रा
ଆମ ବସ୍ ଡ୍ରାଇଭର ଠାରୁ ଚାବି ଛଡ଼ାଇ ନେଇ ସ୍କୁଟି ଚାଳକ ଛୁ, ଯାତ୍ରୀ ହନ୍ତସନ୍ତ
ଆମ ବସ୍ ଡ୍ରାଇଭର ଠାରୁ ଚାବି ଛଡ଼ାଇ ନେଇ ଫେରାର ହୋଇଗଲେ ସ୍କୁଟି ଚାଳକ। କଟକ ହାଇକୋର୍ଟ ଛକ ନିକଟରେ ରବିବାର ଘଟିଛି ଏହି ଘଟଣା।
ଆମ ବସ୍ ତାଙ୍କୁ ସାଇଡ୍ ମାରିଥିବା ସ୍କୁଟି ଚାଳକ ଅଭିଯୋଗ କରିଥିଲେ। ଏନେଇ ଆମ ବସ୍ ଡ୍ରାଇଭରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଆଉ ପାଟିତୁଣ୍ଡ ଭିତରେ ସ୍କୁଟି ଚାଳକ ଆମ ବସ୍ ଡ୍ରାଇଭରଙ୍କଠାରୁ ଚାବି ଛଡ଼ାଇ ଫେରାର ହୋଇଯାଇଥିଲେ। ସେଥିପାଇଁ ବସ୍ଟି କିଛି ସମୟ ରାସ୍ତାରେ ଅଟକି ରହିଥିଲା। ଫଳରେ ଯାତ୍ରୀ ହଇରାଣ ହୋଇଥିଲେ।
କ୍ରୁଟି କର୍ତ୍ତୃପକ୍ଷ ଆଉ ଏକ ଚାବି ଆଣି ଦେବା ପରେ ବସ୍ଟି ପୁଣି ଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହା ସହିତ ଘଟଣା ସଂପର୍କରେ ପୁଲିସକୁ ଖବର ଦିଆଯାଇଥିଲା।
ଆମ ବସ୍ ଡ୍ରାଇଭର କହିଛନ୍ତି ଯେ ସ୍କୁଟି ଚାଳକଙ୍କ ଦେହରେ ବସ୍ ମାଡ଼ ହୋଇନି। ଯାତ୍ରୀ ବି ଦେଖିଛନ୍ତି। କିନ୍ତୁ ସେ ଲୋକ ଯୁକ୍ତିତର୍କ କରି ଚାବି ନେଇ ପଳାଇଥିଲେ।
ପୁଲିସ୍ ଖୋଜାଖୋଜି କରି ଉକ୍ତ ସ୍କୁଟି ଚାଳକଙ୍କୁ ବାଦାମବାଡ଼ିରୁ ଧରିଥିଲା। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।