🔥 TRENDING साप्ताहिक समीक्षा बैठक में जिला कलेक्ट... வேலூர் புதிய பேருந்து நிலையத்தில் போக்... Punjab Congress lifts suspension of fo... Majuli Launches Northeast’s First Doub... ED Seizes Rs 70 Lakh Assets of Former... Assam to Allocate ₹4,000 Crore for Ski...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ବିଦେଶ ଗସ୍ତକୁ ନେଇ ନବୀନଙ୍କ ପ୍ରତିକ୍ରିୟା, ଆସିଛି ମିଥ୍ୟା ଅଭିଯୋଗ

✍️ Reporter: Deepak Mahapatra 🗓 23 Nov 2026, 03:11 PM 👁 16
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ସୋମବାର ବିଧାନସଭା ପରିସରରେ ନବୀନ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କର ସୀମିତ ବିଦେଶ ଗସ୍ତ ରହିଛି । ସେ ଯେତେବେଳେ ବିଦେଶ ଯାଇଛନ୍ତି ଓଡ଼ିଶା ସ୍ୱାର୍ଥ ପାଇଁ ଆଲୋଚନା କରିଛନ୍ତି । ତାଙ୍କର ଏବଂ ତାଙ୍କ ଅଧିକାରୀଙ୍କ ବିଦେଶ ଗସ୍ତକୁ ନେଇ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ନବୀନ ସଫା ସଫା କହିଛନ୍ତି ।

ଉଲ୍ଲେଖ ଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ବ୍ୟକ୍ତିଗତ ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବଂ ବରିଷ୍ଠ ଆଇପିଏସ୍ ଅଧିକାରୀ ରବିକାନ୍ତଙ୍କ ୨୦୨୨-୨୩ ଓ ୨୦୨୩-୨୪ ମସିହାର ବିଦେଶ ଗସ୍ତ ଖର୍ଚ୍ଚକୁ ବିବାଦ ମୁଣ୍ଡ ଟେକିଛି। ୨୦୨୨ ଜୁନ୍ ୨୦ରୁ ୨୬ ପର୍ଯ୍ୟନ୍ତ ନବୀନଙ୍କ ଇଟାଲୀ ଗସ୍ତ ଏବଂ ୨୦୨୩ ଏପ୍ରିଲ ୪ରୁ ୧୧ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଆର୍‌ଟିଆଇ ତଥ୍ୟରେ ଅସଙ୍ଗତି ଏବଂ ଖର୍ଚ୍ଚ ବିବରଣୀ ଅସମ୍ପୂର୍ଣ୍ଣ ଅଭିଯୋଗ ଆସିଛି । ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
📲Get App