🔥 TRENDING साप्ताहिक समीक्षा बैठक में जिला कलेक्ट... வேலூர் புதிய பேருந்து நிலையத்தில் போக்... Punjab Congress lifts suspension of fo... Majuli Launches Northeast’s First Doub... ED Seizes Rs 70 Lakh Assets of Former... Assam to Allocate ₹4,000 Crore for Ski...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ନୂଆ ରେକର୍ଡ, ଅଢେଇ ବର୍ଷରେ ୨୫ ଲକ୍ଷ ରୋଗୀଙ୍କ ଚିକିତ୍ସା

✍️ Reporter: Deepak Mahapatra 🗓 23 Nov 2026, 03:11 PM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ କାର୍ଡରେ ରେକର୍ଡ ସଂଖ୍ୟକ ଚିକିତ୍ସା କରାଯାଇଛି । ବିଗତ ଅଢେଇ ବର୍ଷରେ ଆୟୁଷ୍ମାନ କାର୍ଡରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ।

ବିଜେପି ବିଧାୟକ ମାନସ କୁମାର ଦତ୍ତ ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବା ପରଠାରୁ କେତେ ଜଣ ରୋଗୀ ଉପକୃତ ହୋଇଛନ୍ତି ତାହାର ଜିଲ୍ଲାୱାରୀ ତଥ୍ୟ ଜାଣିବାକୁ ଚାହିଁଥିଲେ । ତତସହିତ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟୟ କରିଛନ୍ତି ସେ ସମ୍ପର୍କିତ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ବିଭାଗୀୟ ମନ୍ତ୍ରୀ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ।

ମନ୍ତ୍ରୀଙ୍କ ତଥ୍ୟ ଆଧାରରେ ବିଗତ ଅଢେଇ ବର୍ଷରେ ଆୟୁଷ୍ମାନ କାର୍ଡରେ ୨୫ ଲକ୍ଷ ୧୧ ହଜାର ୯୪୯ ଜଣ ରୋଗୀଙ୍କ ଆୟୁଷ୍ମାନ କାର୍ଡ ହିତାଧିକାରୀ ଉପକୃତ ହୋଇଛନ୍ତି । ଯାହାର ସେ ଜିଲ୍ଲାୱାରୀ ତଥ୍ୟ ମଧ୍ୟ ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୬,୮୭୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୧ ଏପ୍ରିଲ ୨୦୨୫ରୁ ୧୯ ନଭେମ୍ବର ୨୦୨୬ ପର‌୍ୟ୍ୟନ୍ତ ଏହି ଟଙ୍କା ଖର୍ଚ୍ଚ ହୋଇଛି ।

ସେହିପରି ଓଡ଼ିଶା ବାହାରେ ମଧ୍ୟ ୨ ଲକ୍ଷ ୪ ହଜାର ୮୨ ଜଣ ରୋଗୀଙ୍କ ଚିକିତ୍ସା ହୋଇଛି । ଏଥିପାଇଁ ୬୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ସ୍ୱାସ୍ଥ୍ୟ କାର୍ଡ ଚିକିତ୍ସାରେ କଟକ ଜିଲ୍ଲା ପ୍ରଥମରେ ରହିଥିବାବେଳେ ଗଞ୍ଜାମ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ରାଜ୍ୟ ବାହାର ଚିକିତ୍ସାରେ ବଲାଙ୍ଗିର ଆଗରେ ରହିଛି । ଆୟୁଷ୍ମାନ ଯୋଜନାରେ ବଲାଙ୍ଗିରକୁ ସର୍ବାଧିକ ଲାଭ ମିଳିଛି । ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିର ସର୍ବାଧିକ ଲୋକ ଓଡ଼ିଶା ବାହାରେ ଚିକିତ୍ସା ଲାଭ ପାଇଛନ୍ତି ।

ତେବେ କର୍କଟ ଭଳି ବଡ଼ ବଡ଼ ରୋଗ ପାଇଁ ସରକାରୀ ସୁବିଧା ମିଳୁନଥିବା ଭଳି ଅଭିଯୋଗ ସରକାରଙ୍କ ଦୃଷ୍ଟି ଗୋଚରକୁ ଆସିନଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଉତ୍ତର ଦେଇଛନ୍ତି ।
📲Get App