🔥 TRENDING नीड 24न्यूज़ डेली अपडेट के लिए नीड 24... ਪੰਜਾਬ ਵਿਧਾਨ ਸਭਾ ਚੋਣਾਂ ਲਈ ਭਾਜਪਾ ਵਲੋਂ ਸੂ... કલોલ news ਵਿਧਾਨ ਸਭਾ ਚੋਣਾਂ ਲਈ ਕਾਂਗਰਸ ਵੱਲੋਂ ਪਹਿਲੇ... नवादा के मेसकौर में निजी क्लीनिक में ग... ಶೀಗಣಾಪುರ ಗ್ರಾಮದ ಲಕ್ಷ್ಮಿ ದೇವಿಯ ನೂತನ ಗದ್...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Travel

ଖୋଲିଲା କଳିଙ୍ଗ ଘାଟି ରାସ୍ତା, ସ୍ୱାଭାବିକ ହେଲା ଯାନବାହନ ଚଳାଚଳ

✍️ Reporter: Deepak Mahapatra 🗓 23 Nov 2026, 04:40 PM 👁 30
Share: 💬 WhatsApp 📘 Facebook 𝕏 Post
ଫୁଲବାଣୀ: ଗତ ୧୯ ତାରିଖରୁ କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟି ରାସ୍ତାରେ ବାତ୍ୟା ଅକଓ୍ବାନ ପାଇଁ ସମସ୍ତ ମୋଟର ଯାନ ଚଳାଚଳ ବନ୍ଦ ରଖାଯାଇଥିଲା। ରବିବାର (୨୨ତାରଖ)ଠାରୁ ଏହି କଳିଙ୍ଗ ଘାଟି ରାସ୍ତାରେ ସମସ୍ତ ପ୍ରକାରର ଯାନବାହନ ଚଳାଚଳ ପୁଣିଥରେ ସ୍ୱାଭାବିକ ହୋଇଛି। ପାଣିପାଗରେ ସୁଧୁରିବା ପରେ ବିଭାଗୀୟ ଅଧିକାରୀମାନେ କଳିଙ୍ଗ ଘାଟି ରାସ୍ତାର ସୁରକ୍ଷା ସ୍ଥିତି ତଦାରଖ କରିଥିଲେ।

ରାସ୍ତାଟି ଯାତାୟତ ପାଇଁ ସମ୍ପୂର୍ଣ୍ଣ ନିରାପଦ ଥିବା ରିପୋର୍ଟ ମିଳିବା ପରେ କଳିଙ୍ଗ ଘାଟି ରାସ୍ତାରେ ଲାଗୁ ହୋଇଥିବା ଯାନବାହନ ଚଳାଚଳ କଟକଣାକୁ ପ୍ରଶାସନ ପକ୍ଷରୁ ତୁରନ୍ତ ହଟାଇ ଦିଆଯାଇଛି।

ସୂଚନାଥାଉକି, କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବେଦଭୂଷଣ ପୂର୍ବରୁ ଜାରି ହୋଇଥିବା କଟକଣା ନିର୍ଦ୍ଦେଶନାମାକୁ ରଦ୍ଦ କରିଛନ୍ତି। ଜିଲ୍ଲାପାଳ ରାସ୍ତାରୁ ତୁରନ୍ତ ବ୍ୟାରିକେଡ୍ ହଟାଇ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଗମ କରିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜାତୀୟ ରାଜପଥ ବିଭାଗ, ଉପ-ଜିଲ୍ଲାପାଳ, ତହସିଲଦାର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
📲Get App