🔥 TRENDING दिलीप चौधरी ने ग्राम पंचायत श्यारोली म... 15 పంచాయతీల్లో టీడీపీ అభ్యర్థుల ఖరారు.... ଓଡ଼ିଶାମୁହାଁ ଭୀଷଣ ବାତ୍ୟା ‘ଅକ୍‌ଭାନ୍‌’: ନ... Instagram Launches 15-Minute Edit Wind... Fadnavis announces Dadar station renam... Vijay Wadettiwar Reacts to Shiv Sena F...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା 'ଅକୱାନ'

✍️ Reporter: Deepak Mahapatra 🗓 19 Nov 2026, 11:35 AM 👁 21
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅକୱାନ' ଭୀଷଣ ବାତ୍ୟାରେ ପରିଣତ ହୋଇସାରିଥିବା ବେଳେ ଏହାର ସମ୍ଭାବ୍ୟ ଗତିପଥ ବଦଳୁଥିବା ବେଳେ ଏବେ ଆସିଛି ଆଉ ଏକ ବଡ଼ ଅପଡେଟ୍। ବାତ୍ୟା 'ଅକୱାନ' ୨୦ ତାରିଖରେ ନେଲୋର ଓ ବିଶାଖାପଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ପୂର୍ବରୁ କୁହାଯାଇଥିବା ବେଳେ ଏବେ ଏହା ଉତ୍ତର ଆନ୍ଧ୍ର ଓ ୟେନମ ଏବଂ ଦକ୍ଷିଣ ଓଡିଶା ଉପକୂଳକୁ ନରସାପୁର ଏବଂ ପୁରୀ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।


ଘଣ୍ଟା ପ୍ରତି ୭ କିମି ବେଗରେ ଆଗକୁ ବଢୁଛି ଭୀଷଣ ବାତ୍ୟା ଅକ୍‌ୱାନ୍ । ଏହା ଗୋପାଳପୁର ଠାରୁ ଏହା ୭୧୦କିମି ଦୂରରେ ଥିବା ବେଳେ ପୁରୀ ଠାରୁ ୭୭୦କିମି ଦୁରରେ ଏବଂ ବିଶାଖାପାଟନମ ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଏହା ୨୦ ତାରିଖରେ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦ କିମି ରହିପାରେ। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦ କିମି ରହିପାରେ।
📲Get App