🔥 TRENDING Haryana Conducts Midnight Transfer of... Delhi's AQI Stays Above 400 Since Last... Tata Power Pursues Cost‑Linked Mundra... 121 લોકો ફ્રોડનો ભોગ બન્યા, હરિદ્વાર ય... ବୃଦ୍ଧି ପାଉଛି ଆତଙ୍କୀ କାର୍ଯ୍ୟକଳାପ, ନିଖୋଜ... Chhattisgarh to Face Gujarat in Schedu...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଘର ମାଲିକାଣୀଙ୍କୁ ହତ୍ୟା ଘଟଣା : କେୟାର ଟେକର ସୁରଟରୁ ଗିରଫ

✍️ Reporter: Deepak Mahapatra 🗓 12 Nov 2026, 01:08 PM 👁 7
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଲକ୍ଷ୍ମୀସାଗର ଅଞ୍ଚଳର ଜନୈକା ଘର ମାଲିକାଣୀଙ୍କୁ ହତ୍ୟା କରିଥିବା କେୟାରଟେକରକୁ ପୁଲିସ ସୁରଟରୁ ଗିରଫ କରିଛି ।
ସୂଚନା ଅନୁଯାୟୀ ଗତ ନଭେମ୍ବର ୩ ତାରିଖରେ ବଳଭଦ୍ର ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ୭୬ ବର୍ଷୀୟ କୁଞ୍ଜଲତା ନନ୍ଦଙ୍କୁ ହତ୍ୟା କରି ନଗଦ ୩୨ ହଜାର ଟଙ୍କା ଓ ୫୦ରୁ ୬୦ ଗ୍ରାମ ସୁନା ଗହଣା ଧରି ଫେରାର ହୋଇଯାଇଥିଲା । ଘଟଣା ପରେ ଆରମ୍ଭ ହୋଇଥିଲା ଛାନଭିନ। ହତ୍ୟାକାରୀ ବଳଭଦ୍ର ସୁରଟରେ ଥିବା ନେଇ ପୁଲିସକୁ ଖବର ମିଳିଥିଲା । ସୁରଟ କ୍ରାଇମବ୍ରାଞ୍ଚ ଏବଂ ଭଦୋଦରା ରୁରାଲ ସ୍ପେଶିଆଲ ଅପରେସନସ ଗ୍ରୁପ ମଙ୍ଗଳବାର ଏକ ମିଳିତ ଅପରେସନ କରି ଅଭିଯୁକ୍ତକୁ କର୍ଜନ ଅଂଚଳରେ ଥିବା କ୍ରିଷ୍ଣା ହୋଟେଲ ନିକଟରୁ ଗିରଫ କରିଥିଲେ । ଅଭିଯୁକ୍ତ ବଳଭଦ୍ର ଅନେକ ମୋବାଇଲ୍ ନମ୍ବର ବ୍ୟବହାର କରି ପୁଲିସକୁ ବାଟବଣା କରିବାକୁ ଚେଷ୍ଟା କରୁଥିଲା ।
ତେବେ ମଙ୍ଗଳବାର ଦିଲ୍ଲୀ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା । ସୁରଟ ଆସିବା ପୂର୍ବରୁ ସେ ଲୁଧିଆନା ଚାଲି ଯାଇଥିଲା । ଗିରଫ ପରେ ତା ଠୁ କିଛି ମାତ୍ରାରେ ଲୁଟ୍ ସାମଗ୍ରୀ ଜବତ କରାଯାଇଛି ।
📲Get App