🔥 TRENDING बाबूलाल परिहार और उनके दो पुत्रों ने ब... ଡିସେମ୍ବର ୧୫ରୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ... ସ୍ୱଚ୍ଛତା ରାଙ୍କିଂରେ ନୂଆ ରେକର୍ଡ: ଦେଶର ଏକ... ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟାରେ କ୍ଷତିଗ୍ରସ୍ତ... ଘର ମାଲିକାଣୀଙ୍କୁ ହତ୍ୟା ଘଟଣା : କେୟାର ଟେକ... छठ घाट से अटल चौक तक अधिकारियों ने थाम...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ବଡ଼ଭାଇକୁ ହାଣିଲା ସାନଭାଇ, ପୋଲିସ୍ ର ତଦନ୍ତ ଆରମ୍ଭ

✍️ Reporter: Deepak Mahapatra 🗓 12 Nov 2026, 01:06 PM 👁 5
Share: 💬 WhatsApp 📘 Facebook 𝕏 Post
ମୟୂରଭଞ୍ଜ : ଯେଉଁ ସାନଭାଇକୁ କୋଳେଇ କାଖେଇ ବଡ଼ କରିଥିଲା ବଡ ଭାଇ। ସେଇ ବଡ଼ ଭାଇ ଉପରେ ବଇରୀ ସାଜିଲା ସାନଭାଇ। କୁରାଢ଼ୀରେ ବଡ଼ ଭାଇ ଓ ଭାଉଜକୁ ହାଣିଲା ।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବଡ଼ ଗୁଡ଼ୁଗୁଡ଼ିଆ ଗ୍ରାମରେ ଘଟିଛି ଏଭଳି ଘଟଣା। ଗ୍ରାମର ଗୋବର୍ଦ୍ଧନ ମହାକୁଡ଼ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତା ମହାକୁଡ଼ ଘରେ ବସିଥିଲେ। ଏହି ସମୟରେ ଅଚାନକ ସାନଭାଇ କାଳିଆ ମହାକୁଡ଼ ସେଠାରେ ପହଂଚି ପ୍ରଥମେ ଭାଉଜ ମଞ୍ଜୁଲତା ଙ୍କୁ କୁରାଢ଼ିରେ ହାଣିଥିଲା। ମଞ୍ଜୁଲତା ଙ୍କ ହାତ କୁ ହାଣିବା ପରେ ଏହାକୁ ବିରୋଧ କରିଥିଲେ ବଡ଼ ଭାଇ ଗୋବର୍ଦ୍ଧନ। ହେଲେ ସାନଭାଇ କାଳିଆ ତାଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏପରିକି ଆକ୍ରମଣରୁ ବଂଚିବା ପାଇଁ ବଡ଼ ଭାଇ ଗାଡିଆ ଭିତରକୁ ପଶି ଯାଇଥିଲେ ସୁଦ୍ଧା ସେହି ଗାଡିଆ ଭିତରେ ପଶି ବଡ଼ ଭାଇ କୁ ହାଣିଥିଲା ସାନଭାଇ କାଳିଆ। ଉଭୟ ଭାଇ ଭାଉଜ ଙ୍କୁ ହାଣି ଗୁରୁତର କରିବା ପରେ ଘଟଣାସ୍ଥଳରୁ ସାନଭାଇ ଫେରାର ହୋଇଯାଇଛି, ସ୍ଥାନୀୟ ଲୋକେ ଗୁରୁତର ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କପ୍ତିପଦା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି। ଘଟଣା ପଛରେ ଜମିଜମା ବିବାଦରୁ ଏପରି ହୋଇଥିବା ଅନୁମାନ କରାଯାଉଛି।
📲Get App