🔥 ट्रेंडिंग फिल्मों का निर्देशन करने वाले संजय गुप... સરદાર પટેલ જન્મજયંતિ નિમિત્તે રન ફોર ય... उज्जैन के बेगमबाग में सिंहस्थ‑2028 की... आगर पुलिस ने यूपी से आरोपी को पकड़ा, भ... સમીના નાયકા ખાતે પીએમ કિસાન ઉત્સવ નિમિ... नूह, मेवात के मेवली गांव में स्थित प्र...
31 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ: ଆକାଶମାର୍ଗରୁ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ , ୨୧ଟି ସ୍ଥାନରେ ଏୟାର ଡ୍ରପିଂ, ୨ରେ ଆସିବେ କେନ୍ଦ୍ରୀୟ ଟିମ୍

✍️ रिपोर्टर: Deepak Mahapatra 🗓 31 अक्टू. 2026, 12:45 PM 👁 23
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ପ୍ରଳୟଙ୍କରୀ ବର୍ଷା ଯୋଗୁଁ ଦକ୍ଷିଣଓଡ଼ିଶାର ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ସ୍ଥିତି ଓ କ୍ଷୟକ୍ଷତିର ତଦାରଖ କରିଛନ୍ତି। ଜଳପ୍ରଳୟ ଯୋଗୁ ଜଳବନ୍ଦୀ ଅବସ୍ଥାରେ ଥିବା ପ୍ରଭାବିତଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଂଚାଇବାକୁ ପ୍ରଶାସନ ଏବେ ପ୍ରାଥମିକତା ଦେଇ ଏୟାର ଡ୍ରପିଂ କରାଉଛି। ଆଉ ଏସବୁ ମଧ୍ୟରେ ଆସନ୍ତା ନଭେମ୍ବର ୨ ତାରିଖରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି କ୍ଷୟକ୍ଷତିର ଆକଳନ କରିବେ ବୋଲି ଜଣାପଡ଼ିଛି।
ଆକାଶମାର୍ଗରୁ ପରିସ୍ଥିତିର ଆକଳନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବିପତ୍ତି ସମୟରେ ରାଜ୍ୟବାସୀଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ମୋର ସର୍ବୋଚ୍ଚ ପ୍ରାଥମିକତା। ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରଭାବିତ ଅଂଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କଲି। ପ୍ରଭାବିତଙ୍କ ନିକଟରେ ଖାଦ୍ୟ, ପାନୀୟ ଜଳ ଓ ଜରୁରୀ ସ୍ୱାସ୍ଥ୍ୟସେବା ଯେପରି ବିନା ବାଧାରେ ପହଂଚିପାରିବ, ସେଥିପାଇଁ ସମଗ୍ର ପ୍ରଶାସନ ଅହୋରାତ୍ର କାର୍ଯ୍ୟ କରୁଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି।
ଏଥିସହ ବିପର୍ଯ୍ୟସ୍ତ ରାସ୍ତାଘାଟର ପୁନରୁଦ୍ଧାର, ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ଓ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କଠିନ ସମୟରେ ସରକାର ଦୃଢ଼ତାର ସହ ସହ ଛିଡ଼ା ହୋଇ ରହିଛନ୍ତି। ପ୍ରଭାବିତ ଅଂଚଳ ଲୋକମାନଙ୍କୁ ସାହସ ରଖି ସୁରକ୍ଷିତ ସ୍ଥାନରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେବା ସହ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳଙ୍କ ସୂଚନାକୁ ଅନୁସରଣ କରି ପରସ୍ପରକୁ ସହଯୋଗର ହାତ ବଢ଼ାଇବାକୁ କହିଛନ୍ତି। ସମସ୍ତେ ମିଳିତ ଭାବେ ଏହି ସଙ୍କଟରୁ ଖୁବଶୀଘ୍ର ବାହାରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ(CM Mohan Charan Majhi) କହିଛନ୍ତି।
ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଫୋନରେ କଥା ହେବା ପରେ କେନ୍ଦ୍ର ସରକାର ତୁରନ୍ତ ସହାୟତା ଓ ହେଲିକପ୍ଟର ଯୋଗାଇ ଦେଇଛନ୍ତି ତଥା ରାଜ୍ୟର ପୂରା ପ୍ରଶାସନିକ ଟିମ୍ ସଜାଗ ରହି ଲୋକଙ୍କ ସେବାରେ ଲାଗିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ପ୍ରତ୍ୟକ୍ଷ ଆକଳନ ପାଇଁ ଆସନ୍ତା ନଭେମ୍ବର ୨ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ କରି କ୍ଷତିଗ୍ରସ୍ତ ଅଂଚଳ ଗସ୍ତ କରିବା ସହ ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସଙ୍ଗେ ବୈଠକ କରି ରିପୋର୍ଟ ପ୍ରସ୍ତୁତ କରିବେ।
ସେହିପରି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ଅନେକ ଗାଁରେ ଘରର ତଳ ମହଲା ପର୍ଯ୍ୟନ୍ତ ବନ୍ୟାପାଣି ପଶିଯାଇ ଚାରିଆଡ଼ ଜଳାର୍ଣ୍ଣବ ହୋଇପଡ଼ିଛି। ଏଭଳି ସଙ୍କଟଜନକ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ କୋଷ୍ଟଗାର୍ଡ ହେଲିକପ୍ଟର ନିୟୋଜିତ କରାଯାଇ ଗୁରୁତର ରୋଗୀମାନଙ୍କୁ ଏୟାରଲିଫ୍ଟ କରି ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଏହାସହିତ ନୌସେନାର ହେଲିକପ୍ଟର ଯୋଗେ ବିଭିନ୍ନ ଜଳବନ୍ଦୀ ଅଂଚଳରେ ରିଲିଫ୍ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଏୟାର ଡ୍ରପିଂ କରାଯାଉଛି। କୌଣସି ବି ପ୍ରଭାବିତ ପରିବାର କିମ୍ବା ବ୍ୟକ୍ତି ଯେପରି ଅନାହାରରେ ନରୁହନ୍ତି ଓ ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ପାଖରେ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ପ୍ୟାକେଟ୍ ନିଶ୍ଚିତ ଭାବେ ପହଂଚେ, ତାହା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଜିଲ୍ଲାପାଳ ଓ ଆରଡିସିଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।
ରିଲିଫ୍ ବଣ୍ଟନ ପାଇଁ ଗଞ୍ଜାମ ଜିଲ୍ଲାରେ ୨୧ଟି ସ୍ଥାନ ଚିହ୍ନଟ କରାଯାଇଛି। ନୌସେନାର ହେଲିକପ୍ଟର, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ରିଲିଫ୍ ବଣ୍ଟନ କରୁଛନ୍ତି। କେବଳ ହିଞ୍ଜିଳି ଅଂଚଳରେ ୧୨୦୦ କେଜିର ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଉଛି। କୋଷ୍ଟଗାର୍ଡ ହେଲିକପ୍ଟର ସହାୟତାରେ ପାଣି ଘେରରୁ ୬ଜଣଙ୍କୁ ଉଦ୍ଧାର କରାଯାଇଛି ଓ ସୋରଡ଼ା, ଆସିକା, ଧରାକୋଟ ଭଳି ଜଳବନ୍ଦୀ ଅଂଚଳରେ ଖାଦ୍ୟ ଓ ଜରୁରୀ ସାମଗ୍ରୀ ପହଂଚାଯାଇଛି।
ପ୍ରବଳ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥ, ରାଜ୍ୟ ରାଜପଥ ସମେତ ବହୁ ମୁଖ୍ୟ ରାସ୍ତା ନଷ୍ଟ ହୋଇଯାଇଛି। ପୂର୍ବରୁ ଏଭଳି କ୍ଷୟକ୍ଷତି କେବେ ଦେଖିବାକୁ ମିଳିନଥିଲା। କନ୍ଧମାଳରେ କ୍ଷୟକ୍ଷତି ଓ ମୃତାହତକୁ ନେଇ କିଛି ଚର୍ଚ୍ଚା ଥିଲେ ମଧ୍ୟ ସରକାରୀସ୍ତରରେ କୌଣସି ସ୍ପଷ୍ଟୀକରଣ ବା ସତ୍ୟତା ମିଳିନାହିଁ। ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିବା ଦର୍ଶାଇଥିଲେ ସୁଦ୍ଧା ସରକାରୀ କଳ ସମ୍ପୂର୍ଣ୍ଣ ସତର୍କ ରହିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
FLOOD କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ରଖି ଶ୍ରୀ ପୂଜାରୀ କହିଛନ୍ତି ଯେ, ଅକ୍ଟୋବର ୧ରୁ ୩୦ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ୧୮.୭ ପ୍ରତିଶତ ଅଧିକ ଅର୍ଥାତ୍ ୧୩୨ ମିମି ବର୍ଷା ହୋଇଥିବାବେଳେ ଗତ ତିନି ଦିନରେ ଗଞ୍ଜାମରେ ୧୧୮ ପ୍ରତିଶତ ଓ କନ୍ଧମାଳରେ ୧୨୩ ପ୍ରତିଶତ ଅଧିକ ବର୍ଷା ହୋଇଛି। ଗଞ୍ଜାମରେ ବିଗତ ୨୪ ଘଣ୍ଟାରେ ୬୩.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ବର୍ଷା ଯୋଗୁଁ ୨୪୨ଟି ପଂଚାୟତ, ୩୮୬ଟି ଗାଁ ଓ ୧୦୬ଟି ସହରାଂଚଳ ୱାର୍ଡ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ୨୮ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମର ୩୫୨ଟି ଓ ଗଜପତିର ୩୪୦ଟି ରିଲିଫ୍ ସେଣ୍ଟରରେ ମୋଟ ୨୧୭୮୨ ଜଣ ବନ୍ୟା ପୀଡ଼ିତ ଆଶ୍ରୟ ନେଇଛନ୍ତି।
ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଯେ,କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗ ସର୍ଭେ ଓ କେନ୍ଦ୍ରୀୟ ଟିମର କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କ୍ଷତିପୂରଣ ଦିଆଯିବ। ଏବେ ବିଭିନ୍ନ ଅଂଚଳରେ ବନ୍ୟାଜଳ ରହିଥିବାରୁ ଅଧିକାରୀମାନେ ତୃଣମୂଳ ସ୍ତରରେ ପହଂଚିବା ପରେ ହିଁ ସଠିକ୍ ଆକଳନ ସମ୍ଭବ ହେବ।
ପାଣି କମିବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଭାଙ୍ଗିଯାଇଥିବା ବ୍ରିଜ୍‌, ବିଦ୍ୟୁତ୍ ଖୁଣ୍ଟ ଓ ମୋବାଇଲ୍ ଟାୱାର ମରାମତି କରି ସେବା ସ୍ୱାଭାବିକ କରାଯିବ। ବନ୍ୟା ପରିଚାଳନାକୁ ନେଇ ବିଜେଡିର ଅଭିଯୋଗ ଉପରେ କଡ଼ା ଜବାବ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ବିଜେଡି ନୁହେଁ ବରଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସେବା। ବିଜେଡି ସରକାରରେ ବାତ୍ୟାବେଳେ ମନ୍ତ୍ରୀମାନେ ଫିଲ୍ଡକୁ ଯାଉଥିଲେ କି ବୋଲି ପ୍ରଶ୍ନ କରିବା ସହ ତାଙ୍କ ସରକାରଙ୍କ ପ୍ରତିନିଧିମାନେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସୁଖଦୁଃଖ ବୁଝୁଥିବା କଥା ଶ୍ରୀ ସିଂହଦେଓ ଦୋହରାଇଛନ୍ତି।
📲Get App