🔥 TRENDING ककराली जाट नाइट क्रिकेट टूर्नामेंट में... Fact Check: Kazakhstan Military Drill... J&K Public Works Department Promotes T... Two Arrested in J&K for Using Mule Acc... LG Manoj Sinha calls Jammu & Kashmir y... Large Religious Gathering Held at Dera...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ସୃଷ୍ଟି ହେଲା ଲଘୁଚାପ

✍️ Reporter: Deepak Mahapatra 🗓 29 Oct 2026, 12:57 PM 👁 38
Share: 💬 WhatsApp 📘 Facebook 𝕏 Post
ଦକ୍ଷିଣ ଆଣ୍ଡାମାନ ସାଗର ସୃଷ୍ଟି ହେଲା ଲଘୁଚାପ। ଆଗାମୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ସେହିପରି ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କଣ ରହିବ, ତାହା ସ୍ପଷ୍ଟ ହୋଇନାହିଁ।
ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଦୁଇ ଦିନ ତଳେ ସୃଷ୍ଟି ହୋଇ ସକ୍ରିୟ ରହିବା ପରେ ଆଜି ଲଘୁଚାପରେ ପରିଣତ ହୋଇଛି।
ଅନ୍ୟପକ୍ଷରେ 'ଅର୍ଣ୍ଣବ' ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରୁ ଅବପାତରେ ପରିଣତ ହୋଇ ଦକ୍ଷିଣ ଛତିଶଗଡ଼ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଓଡ଼ିଶା ନିକଟରେ କେନ୍ଦ୍ରୀଭୂତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଓ ଛତିଶଗଡ଼ର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
📲Get App