🔥 TRENDING Large Religious Gathering Held at Dera... रेलवे का बड़ा आदेश: रात 11 से सुबह 5 ब... 🔥🪭 *6వ వార్డులో వైఎస్సార్‌సీపీ ప్రచార... হরিয়ানা নির্বাচনের পর ‘ভোট চুরি’ বিতর... दीपावली से पहले एक्शन मोड में रामगढ़ न... छत्तीसगढ़ में नर्सेस का आंदोलन तेज: ग्...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ଗଜପତି, ବର୍ଷାଜଳ ପ୍ରବାହିତ ହେତୁ ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଦ

✍️ Reporter: Deepak Mahapatra 🗓 29 Oct 2026, 01:43 PM 👁 10
Share: 💬 WhatsApp 📘 Facebook 𝕏 Post
ଗଜପତି : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଜପତି ଜିଲ୍ଲାରେ ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଛି। ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍ ଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରି ଏବଂ ମୋହନା ସ୍ଥିତ ଲେଡବନ୍ଧ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସ୍ଥିତି ଗମ୍ଭୀର ହେବାରୁ ପ୍ରଶାସନ ୩୨୬ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି।
ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୬୯ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ନଦୀନାଳର ଜଳସ୍ତର ବୃଦ୍ଧି ପାଇବା ସହ ମୋହନାର ଗୁଣ୍ଡିମା, ଭୂୟାଁପଡ଼ା ଏବଂ ଆର. ଉଦୟଗିରି କଇଠଢେପ ନାଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ସେହିପରି କୂମୁଣ୍ଡା ଠାରେ ଗଛ ପଡ଼ି ୩ଟି ଘର ଭାଙ୍ଗିଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ରାସ୍ତା ସଫା କାମ ଜାରି ରହିଛି। ମୋହନା ସ୍ଥିତ ଲେଡବନ୍ଧ ବ୍ରିଜ୍ ଉପରେ ଦୁଇ ଫୁଟ୍ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ, କୋରାପୁଟ, ମାଲକାନଗିରି, ରାୟଗଡ଼ାକୁ ବ୍ରହ୍ମପୁର ଓ ଭୁବନେଶ୍ୱର ସହ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥକୁ ପ୍ରଶାସନ ବନ୍ଦ କରିଦେଇଛି। ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୪୦ଟି ଭୂସ୍ଖଳନ ସମ୍ବେଦନଶୀଳ ସ୍ଥାନକୁ ନେଇ ପ୍ରଶାସନ ଅଧିକ ସତର୍କ ରହିଛି। ଏଥିସହ ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
📲Get App