🔥 TRENDING Video: ಮೌಲಾನ್ ಆಜಾದ್ ವಸತಿ ಶಾಲಾ ಕಟ್ಟಡ ಉದ... Breaking news ગિર સોમનાથમાં હ્યુમન રાઇટ્સ ફેડરેશનના... କିଡ୍‌ନୀ ରୋଗୀଙ୍କ ପାଇଁ ବଡ଼ ଖବର; ଭୁବନେଶ୍ୱ... ਪਿੰਡ ਬੱਲੋ ਦੇ ਕਿਸਾਨ ਨੇ 60 ਏਕੜ ਵਿੱਚ ਬਿਨਾ... ठाणे व कल्याण या दोन्ही स्टेशनवर चढणाऱ...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
କିଡ୍‌ନୀ ରୋଗୀଙ୍କ ପାଇଁ ବଡ଼ ଖବର; ଭୁବନେଶ୍ୱରରେ ୧୦୦ କୋଟିରେ ହେଲା ସ୍ୱତନ୍ତ୍ର ହସ୍ପିଟାଲ୍, ଓଡ଼ିଶାରେ ଚିକିତ୍ସା କ୍ଷେତ୍ରକୁ ଏଣ୍ଟ୍ରି କଲା AHH
Health

କିଡ୍‌ନୀ ରୋଗୀଙ୍କ ପାଇଁ ବଡ଼ ଖବର; ଭୁବନେଶ୍ୱରରେ ୧୦୦ କୋଟିରେ ହେଲା ସ୍ୱତନ୍ତ୍ର ହସ୍ପିଟାଲ୍, ଓଡ଼ିଶାରେ ଚିକିତ୍ସା କ୍ଷେତ୍ରକୁ ଏଣ୍ଟ୍ରି କଲା AHH

✍️ Reporter: Deepak Mahapatra 🗓 04 Nov 2026, 01:26 PM 👁 9
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: କିଡ୍‌ନୀ ଓ ୟୁରୋଲୋଜି ରୋଗୀଙ୍କ ପାଇଁ ଖୁସି ଖବର। ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏକ ଅତ୍ୟାଧୁନିକ ସ୍ୱତନ୍ତ୍ର କିଡ୍‌ନୀ ଓ ୟୁରୋଲୋଜି ହସ୍ପିଟାଲ୍। ପ୍ରାୟ ୧୦୦ କୋଟି ଟଙ୍କାର ନିବେଶରେ ଏହି ହସ୍ପିଟାଲ୍ ପ୍ରତିଷ୍ଠା କରିଛି ଏସିଆ ହେଲ୍‌ଥକେୟାର ହୋଲ୍ଡିଂସ୍ (AHH)। ଏହା ସହ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରବେଶ କରିଛି ଏହି ସଂସ୍ଥା।

ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜି (AINU) ଅଧୀନରେ ପ୍ରତିଷ୍ଠିତ ଏହି ହସ୍ପିଟାଲ୍‌ରେ କିଡ୍‌ନୀ ଓ ମୂତ୍ରରୋଗ ସମ୍ବନ୍ଧୀୟ ବିଭିନ୍ନ ରୋଗର ବିଶେଷଜ୍ଞ ଚିକିତ୍ସା ଉପଲବ୍ଧ ହେବ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ରୋଗୀମାନେ ମଧ୍ୟ ଏହାର ସୁବିଧା ପାଇପାରିବେ।
୬୫୦ କୋଟି ନିବେଶ, ଓଡ଼ିଶା ପାଇଁ ଆଉ ୧୦୦ କୋଟି
କମ୍ପାନୀର ସୂଚନା ଅନୁଯାୟୀ, AINUରେ ଏପର୍ଯ୍ୟନ୍ତ AHH ମୋଟ ୬୫୦ କୋଟି ଟଙ୍କା ନିବେଶ କରିଛି। ଏହାବ୍ୟତୀତ ଭୁବନେଶ୍ୱର ହସ୍ପିଟାଲ୍ ଓ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ପଦକ୍ଷେପ ପାଇଁ ଆଉ ୧୦୦ କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦିଆଯାଇଛି।
ଭୁବନେଶ୍ୱରର ଏହି ହସ୍ପିଟାଲ୍ ହେଉଛି ଦେଶରେ AINUର ଅଷ୍ଟମ କେନ୍ଦ୍ର। ପୂର୍ବରୁ ହାଇଦ୍ରାବାଦ, ବିଶାଖାପାଟଣା, ଶିଲିଗୁଡ଼ି ଓ ଚେନ୍ନାଇ ଭଳି ସହରରେ ଏହାର ହସ୍ପିଟାଲ୍ କାର୍ଯ୍ୟ କରୁଛି।
ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦ଟି ହସ୍ପିଟାଲ୍ ଲକ୍ଷ୍ୟ
ଦେଶରେ ନିଜର ସ୍ୱାସ୍ଥ୍ୟସେବା ନେଟୱର୍କକୁ ଆହୁରି ବିସ୍ତାର କରିବାକୁ AINU ଯୋଜନା କରିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ହସ୍ପିଟାଲ୍ ସଂଖ୍ୟା ୧୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି।
AHHର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ବିଶାଲ ବାଲି କହିଛନ୍ତି, ବିଶେଷଜ୍ଞ ଚିକିତ୍ସା, ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଉନ୍ନତ ଭିତ୍ତିଭୂମିରେ ନିବେଶ କରି ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା କମ୍ପାନୀର ଲକ୍ଷ୍ୟ। ଓଡ଼ିଶାରେ AINUର ସମ୍ପ୍ରସାରଣ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବ।
AIIMS ପରେ ଓଡ଼ିଶାର ଦ୍ୱିତୀୟ ସ୍ୱତନ୍ତ୍ର ୟୁରୋ-ନେଫ୍ରୋଲୋଜି ହସ୍ପିଟାଲ୍
AINUର ସିଇଓ ସନ୍ଦୀପ ଗୁଡୁରୁ କହିଛନ୍ତି, ଉନ୍ନତ ଚିକିତ୍ସା ଜ୍ଞାନକୌଶଳ, ଆଧୁନିକ ଭିତ୍ତିଭୂମି ଓ ଉତ୍ତମ ପରିଚାଳନା ମାଧ୍ୟମରେ ଅଧିକରୁ ଅଧିକ ରୋଗୀଙ୍କୁ ସେବା ଯୋଗାଇବା ଲକ୍ଷ୍ୟରେ ଓଡ଼ିଶାରେ ଏହି ହସ୍ପିଟାଲ୍ ଆରମ୍ଭ କରାଯାଇଛି।
ତାଙ୍କ କହିବା ଅନୁଯାୟୀ, AIIMS ଭୁବନେଶ୍ୱର ପରେ ଏହା ଓଡ଼ିଶାର ଦ୍ୱିତୀୟ ସ୍ୱତନ୍ତ୍ର ୟୁରୋ-ନେଫ୍ରୋଲୋଜି ହସ୍ପିଟାଲ୍। ପୂର୍ବ ଭାରତର ରୋଗୀଙ୍କ ପାଇଁ ଏକ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା କେନ୍ଦ୍ର ଗଢ଼ିବାକୁ ସଂସ୍ଥା ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଭୁବନେଶ୍ୱରରେ ଏହି ନୂଆ ହସ୍ପିଟାଲ୍ ପ୍ରତିଷ୍ଠା ହେବା ଫଳରେ କିଡ୍‌ନୀ ଓ ୟୁରୋଲୋଜି ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଉଥିବା ରୋଗୀଙ୍କୁ ନିଜ ରାଜ୍ୟରେ ଉନ୍ନତ ବିଶେଷଜ୍ଞ ସେବା ପାଇବାର ଆଉ ଏକ ବିକଳ୍ପ ମିଳିବ।
📲Get App