🔥 TRENDING Gulshan Grover Says Rajiv Rai Gave Him... Rajasthan Police Nab 23-Year-Old Wante... Morgan Freeman’s Early TV Face‑off wit... Vishnu Revikumar's 'Hail Mary' posts 5... ମାଲକାନଗିରିରେ ବାଇପାସ୍ ରାସ୍ତା ଦାବି ଜୋରଦା... बाजपुर के कुंभकर, IAS बनकर साजना गाँव...
29 Nov 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ବାଇପାସ୍ ରାସ୍ତା ଦାବି ଜୋରଦାର

✍️ Reporter: Sukumar Mandal 🗓 29 Nov 2026, 09:27 AM 👁 9
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୮ ନଭେମ୍ବର: ମାଲକାନଗିରି ସହରରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ଜଟିଳ ହେବାରେ ଲାଗିଛି। ସହର ମଧ୍ୟରେ ବଢ଼ୁଥିବା ଯାନବାହନ ଚଳାଚଳ ଯୋଗୁଁ ଦୈନନ୍ଦିନ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଜନସାଧାରଣ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ସହରରେ ବାଇପାସ୍ ରାସ୍ତା ନିର୍ମାଣ ଦାବି ଜୋରଦାର ହୋଇଛି।

ଏନେଇ ମାଲକାନଗିରି ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସହରରେ ଟ୍ରାଫିକ୍ ଚାପ ହ୍ରାସ କରିବା ସହ ଭାରୀଯାନଗୁଡ଼ିକୁ ସହର ମଧ୍ୟକୁ ପ୍ରବେଶ ନକରାଇ ବାହାର ରାସ୍ତା ଦେଇ ଯାତାୟାତର ବ୍ୟବସ୍ଥା କରିବା ଏହି ଦାବିର ମୁଖ୍ୟ ଉଦ୍ଦେଶ୍ୟ।

ବର୍ତ୍ତମାନ ସହରରେ ଯାନବାହନ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ରାସ୍ତାରେ ଭିଡ଼ ବଢ଼ିବା ସହ ଯାତାୟାତ ଦୁର୍ବିଷହ ହୋଇପଡ଼ୁଛି। ବାଇପାସ୍ ରାସ୍ତା ନିର୍ମାଣ ହେଲେ ଭାରୀଯାନଗୁଡ଼ିକ ସହର ମଧ୍ୟକୁ ପ୍ରବେଶ ନକରି ବାହାର ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଫଳରେ ସହର ମଧ୍ୟରେ ଟ୍ରାଫିକ୍ ଚାପ ହ୍ରାସ ପାଇବା ସହ ଜନସାଧାରଣଙ୍କ ଯାତାୟାତ ଅଧିକ ସୁଗମ ହୋଇପାରିବ।

ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ଓ ସହରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ ରଖି ବାଇପାସ୍ ରାସ୍ତା ନିର୍ମାଣ ଦାବିକୁ ଗୁରୁତ୍ୱ ଦେବା ସହ ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି।
📲Get App