🔥 ट्रेंडिंग कांग्रेस ने कहा, उत्तराखंड के बीजेपी स... दिल्ली‑देहरादून एक्सप्रेसवे से यात्रा... उत्तराखंड में वाहन गड्ढे में गिरा, 7 म... हरियाणा भाजपा युवा विंग ने नया कार्यका... गुरुग्राम में 100 ई-बसें: शहर की हरित... कृपया इस सूचना को आ कृपया इस सूचना को...
28 नव. 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ଶାନ୍ତିପୂର୍ଣ୍ଣ ନବୋଦୟ ପ୍ରବେଶିକା ପରୀକ୍ଷା

✍️ रिपोर्टर: Sukumar Mandal 🗓 28 नव. 2026, 04:31 PM 👁 25
यहाँ देखें: ▶️ YouTube 📘 Facebook
शेयर करें: 💬 WhatsApp 📘 Facebook 𝕏 Post

୩୯ଟି କେନ୍ଦ୍ରରେ ୬୦୫୫ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା, ୧୩୨୮ ଅନୁପସ୍ଥିତ

ମାଲକାନଗିରି, ୨୮/୧୧/୨୦୨୬: ମାଲକାନଗିରି ଜିଲ୍ଲାରେ ଆଜି ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଦୁଇଟି ଜବାହର ନବୋଦୟ ବିଦ୍ୟାଳୟ ପାଇଁ ମୋଟ ୩୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା। ସେଥିମଧ୍ୟରୁ ଜେଏନ୍‌ଭି-୧ ପାଇଁ ୨୨ଟି ଏବଂ ଜେଏନ୍‌ଭି-୨ ପାଇଁ ୧୭ଟି କେନ୍ଦ୍ର ରହିଥିଲା।

ସମଗ୍ର ଜିଲ୍ଲାରେ ମୋଟ ୭୩୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକୃତ ହୋଇଥିବା ବେଳେ ୬୦୫୫ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ। ଅନ୍ୟପକ୍ଷରେ ୧୩୨୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ।

ଜିଲ୍ଲାର ମାଲକାନଗିରି, କାଲିମେଳା, କୋରୁକୋଣ୍ଡା, ମାଥିଲି, ଖଇରପୁଟ, କୁଡୁମୁଲୁଗୁମ୍ମା ଓ ପଡ଼ିଆ ବ୍ଲକ୍‌ର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ସକାଳୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନଙ୍କର ଭିଡ଼ ଜମିଥିଲା।

ପରୀକ୍ଷାକୁ ଶୃଙ୍ଖଳିତ ଓ ଅବାଧ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାର କୌଣସି ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରକାର ଅନିୟମିତତା ଘଟିନଥିବା ଜଣାପଡ଼ିଛି।
📲Get App