🔥 TRENDING Bihar Conducts First Ever Paperless Ca... Food Safety Dept Raids Gwalior Bottled... સાવરકુંડલા તાલુકાના લુવારા ગામે આજે વિ... Police seal Trinamool's new Kolkata he... ପିଟି ଦେଲା ଡାକ ଗାଡ଼ି; ଦୁଇ ସାଙ୍ଗ ମୃତ भारी गांव में पाइपलाइन कार्य हेतु सड़क...
28 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ମହିଳା ଫରେଷ୍ଟ ଗାର୍ଡଙ୍କୁ ମାରିଦେଲା ହାତୀ

✍️ Reporter: Deepak Mahapatra 🗓 28 Nov 2026, 02:31 PM 👁 19
Share: 💬 WhatsApp 📘 Facebook 𝕏 Post
ହାତୀ ଆକ୍ରମଣରେ ମହିଳା ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ବଡ଼ଗାଁ ବନାଞ୍ଚଳରେ ଘଟିଛି ଏହି ଘଟଣା। ମୃତ ମହିଳା ଫରେଷ୍ଟ ଗାର୍ଡଙ୍କ ନାଁ ପ୍ରତିଭା ବିଶି। ସେ ଗେଲେବାହାଲ ବିଟରେ କାର୍ଯ୍ୟ କରୁଥିଲେ।


ଗତକାଲି ସନ୍ଧ୍ୟାରେ ଝିରପାଣି ଖଦାନପଡ଼ା ଅଞ୍ଚଳରେ ୫୧ଟିକିଆ ହାତୀପଲ ବୁଲୁଥିବା ଖବର ପାଇଥିଲେ ଫରେଷ୍ଟ ଗାର୍ଡ ପ୍ରତିଭା। ହାତୀପଲଠାରୁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ରଖିବା ଏବଂ ହାତୀପଲକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ।ତେବେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
📲Get App