🔥 TRENDING Bisleri pulls West Bengal water batch... INDIA Alliance Holds Press Conference... Bisleri requests FSSAI review of West... Bihar, UP and Haryana Record Over 12%... सिकंदराराऊ मंडी के पास अज्ञात बोलेरो न... जिला अधिकारी ने बलिया में छात्र अनशन स...
28 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ପିଟି ଦେଲା ଡାକ ଗାଡ଼ି; ଦୁଇ ସାଙ୍ଗ ମୃତ

✍️ Reporter: Deepak Mahapatra 🗓 28 Nov 2026, 02:46 PM 👁 17
Share: 💬 WhatsApp 📘 Facebook 𝕏 Post
ଡାକ ପାର୍ସଲ ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ଅକାଳରେ ଦୁଇଟି ଜୀବନ ଝଡ଼ିପଡ଼ିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛି ଦୁଇ ପରିବାର। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗୀର-ସମ୍ବଲପୁରକୁ ଯୋଡୁଥିବା ଏନଏଚ୍-୨୬ର ହୀରାପୁର ଛକ ନିକଟରେ। ମୃତକମାନେ ହେଉଛନ୍ତି ସଞ୍ଜୟ ଦତ୍ତ ବଗର୍ତି ଓ ଉଜ୍ଜ୍ୱଳ ଭୋଇ।

ଗୁଡ଼ଭେଲା ବ୍ଲକ କର୍ଲାଖମନ ଗାଁର ସଞ୍ଜୟ ଓ ଉଜ୍ଜ୍ୱଳ ଗତକାଲି ସନ୍ଧ୍ୟାରେ ଏକ ବାଇକ୍ ଯୋଗେ ଲୋଇସିଂହାରୁ ବଲାଙ୍ଗିର ଅଭିମୁଖେ ଆସୁଥିଲେ। ଏହି ସମୟରେ ଝାଡ଼ଖଣ୍ଡ ନମ୍ବର ଥିବା ଏକ ଡାକ ପାର୍ସଲ ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ମୃତକଙ୍କ ପରିବାର ଲୋକେ ଶବ ବ୍ୟବଚ୍ଛେଦ କରିବାକୁ ପ୍ରଥମେ ରାଜି ହୋଇନଥିଲେ। ଲୋଇସିଂହା ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଦୁଇ ଯୁବକଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି।

ଦୁର୍ଘଟଣା ଘଟାଇଥିବା ଡାକ ପାର୍ସଲ ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖିଛି ଲୋଇସିଂହା ପୁଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
📲Get App