🔥 TRENDING હિંમતનગર સાયબર ક્રાઈમ પોલીસે A.P.K ઠગન... Cash Transfer Schemes Strain State Bud... Gujarat CM Bhupendra Patel Speaks at H... NRG Foundation Launches Campaign to Ra... Gujarat CM inaugurates Hospica 2026 he... हैदराबाद पुलिस ने 23 वर्षीय पवन कुमार...
29 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଡଙ୍ଗା ଭସାଉଥିବା ବେଳେ ବୁଡ଼ି ଯାଇ ୬ ବର୍ଷର ଶିଶୁ ମୃତ

✍️ Reporter: Deepak Mahapatra 🗓 25 Nov 2026, 12:57 PM 👁 66
Share: 💬 WhatsApp 📘 Facebook 𝕏 Post
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଘଟିଛି ବଡ଼ ଅଘଟଣ। ଡଙ୍ଗା ଭସାଉଥିବା ବେଳେ ପୋଖରୀରେ ବୁଡ଼ି ଜଣେ ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଭଦ୍ରକରୁ ଆସିଛି ଏପରି ଦୁଃଖଦ ଘଟଣା। ସ୍ଥାନୀୟ ରାନ୍ଦିଆ ଫେକର ବେଦାନ୍ତ କମ୍ପାନୀ ପରିସରରେ ଥିବା ପୋଖରୀରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା।


ଏଠାରେ ଡଙ୍ଗା ଭସାଇବା ପାଇଁ ଅନେକ ଲୋକ ମଧ୍ୟ ଆସିଥିଲେ। କିନ୍ତୁ ଏଠାରେ ଡଙ୍ଗା ଭାସାଉଥିବା ବେଳେ ଜଣେ ୬ ବର୍ଷର ଶିଶୁ ପୁତ୍ର ପୋଖରୀରେ ବୁଡ଼ି ପ୍ରାଣ ହରାଇବା ପୂରା ଅଞ୍ଚଳରେ ଶୋକର ଚ୍ଛାୟା ଖେଳାଇ ଦେଇଛି।

ମୃତ ଶିଶୁ ପୁତ୍ର ଜଣଙ୍କ ହେଉଛନ୍ତି ପ୍ରିନ୍ସ ମହାନ୍ତି। ତାଙ୍କ ଘର ଯାଜପୁର ଜିଲ୍ଲା ବରି ଅଞ୍ଚଳରେ। ତାଙ୍କ ବାପା ଚନ୍ଦ୍ରଜିତ ମହାନ୍ତି ବେଦାନ୍ତରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରନ୍ତି। ସବୁଦିନ ବନ୍ଦ ରହୁଥିବା କମ୍ପାନୀ ପରିସରର ବଡ଼ ପୋଖରୀ ଆଜି କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସା ପାଇଁ ଖୋଲା ଯାଇଥିଲା। ଅନେକ ଲୋକ ଏଠାରେ ଡଙ୍ଗା ମଧ୍ୟ ଭସାଇଥିଲେ।

ଏସବୁ ଭିତରେ ପାଖ ପାର୍କରେ ଖେଳୁଥିବା ବେଳେ କିଛି ଛୋଟ ପିଲା ପୋଖରୀ ପାଖକୁ ଆସିଥିଲେ। ଏମାନଙ୍କ ମଧ୍ୟରେ ପ୍ରିନ୍ସ ମହାନ୍ତି ମଧ୍ୟ ରହିଥିଲେ। ପ୍ରିନ୍ସଙ୍କ ସମେତ ଅନ୍ୟମାନେ ମିଳିତ ଭାବେ ସେଠାରେ ହସଖୁସିରେ ଡଙ୍ଗା ଭସାଇବାକୁ ଉଦ୍ୟମ କରିଥିଲେ।

ହେଲେ ପ୍ରିନ୍ସ ଡଙ୍ଗା ଭସାଉଥିବା ବେଳେ ହଠାତ୍‌ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ପୋଖରୀ ବୁଡ଼ି ଯାଇଥିଲେ। ଅନ୍ୟ ପିଲାମାନଙ୍କ ଡାକ ଶୁଣି ସ୍ଥାନୀୟ ଅଞ୍ଚଳର କିଛି ଲୋକ ପୋଖରୀକୁ ଡିଆଁ ମାରିଥିଲେ।

ସେମାନେ ପ୍ରିନ୍ସଙ୍କୁ ପୋଖରୀରୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଅର ମୃତ୍ୟୁ ଖବର ବାପା ମା’ ପୂରା ଭାଙ୍ଗି ପଡ଼ିଛନ୍ତି।
📲Get App