🔥 TRENDING పెద్దవంగర మండలం: గ్రామాల్లో ఇందిరమ్మ... ପାରାଦୀପ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମ... ଆସନ୍ତାକାଲି ଠାରୁ ବାଲିଠାରେ ଆରମ୍ଭ ହେବ ‘ଓଡ... जैसलमेर में पंचायती राज चुनाव में कांग... ଓଡ଼ିଶା ଆସିବେନି ଅମିତ ଶାହ, ବାତିଲ ହେଲା ପୁ... ଭୁବନେଶ୍ୱରରେ CBIର ବଡ଼ ଆକ୍ସନ୍: ୩ ଲକ୍ଷ ଟଙ...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଘରର ବାସ୍ତୁଦୋଷ ଅଛି କହି ପୂଜା କଲେ, ତା’ ପରେ କଦଳୀ ଖୁଆଇ..

✍️ Reporter: Deepak Mahapatra 🗓 24 Nov 2026, 02:28 PM 👁 23
Share: 💬 WhatsApp 📘 Facebook 𝕏 Post
ନାବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ କରି ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ନାଁ ଗଗନ ନାୟକ। ତାଙ୍କ ଘର ଖୁଣ୍ଟା ଥାନା ସାନସାତଷୋଳ ଗାଁରେ।

ଗଗନ ଉଦଳା ଥାନା ହାତୀ ସାହି ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ବାସ୍ତୁ ଦୋଷ ଥିବା କହି ପୂଜାର୍ଚ୍ଚନା କରିଥିଲେ। ମହିଳାଙ୍କ ଘରେ ଏହି ପୂଜାର୍ଚ୍ଚନା ହୋଇଥିଲା। ପୂଜା ସମୟରେ ସେ ଉକ୍ତ ମହିଳାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କଦଳୀ ଖାଇବାକୁ ଦେଇଥିଲେ।

କଦଳୀ ଖାଇବା ପରେ ସମସ୍ତେ ବେହୋସ ହୋଇଯାଇଥିଲେ। ଏହା ପରେ ଗଗନ ଘରର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଉଲଗ୍ନ କରି ତାଙ୍କର ଯୌନ ଶୋଷଣ କରି ଭିଡିଓ ଉତ୍ତୋଳନ କରିଥିଲେ। ପରେ ଉକ୍ତ ଭିଡିଓକୁ ସେ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।
ଭିଡିଓ ଭାଇରାଲ ହେବା ପରେ ନାବାଳିକାଙ୍କ ପରିବାର ଲୋକଙ୍କ ନଜରକୁ ଏହା ଆସିଥିଲା। ସେମାନେ ଘଟଣା ସମ୍ପର୍କରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି ଗଗନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
📲Get App